ଓଡିଶା

 ବିଜୟ ମହାପାତ୍ରଙ୍କୁ ବହିଷ୍କାର କଲା ବିଜେପି

(ଭୁବନେଶ୍ୱର) : ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟରୁ ସୂଚନା ମିଳିଛି ।’

କେନ୍ଦ୍ରାପଡ଼ା ପାଟକୁରା ଆସନରୁ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। କିଛିଦିନ ତଳେ ନବୀନ ନିବାସ ଯାଇ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ ଅରବିନ୍ଦ। ନବୀନ ନିବାସରେ ସମର୍ଥକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

Related posts

ସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀ

mahabharatanews

+୨ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୧୯ରେ ବାହାରିବ 

mahabharatanews

ସରକାରୀ ତହବିଲରୁ ଦରମା ପ୍ରାପ୍ତ ଅଧିକାରୀଙ୍କୁ ବିଜେଡି ପ୍ରଚାରରେ ଲଗାଉଛି

mahabharatanews