ଓଡିଶା

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ପତି-ପତ୍ନୀ

କଟକ : ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅଦାଲତରେ ହାଜର ପରେ ଉଭୟ ବର୍ଷା ଓ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଛନ୍ତି ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍ ସେମାନଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଥିବା କୁହାଯାଉଛି । ଫ୍ୟାମିଲି କୋର୍ଟରେ ହାଜର ହେବାକୁ ଉଭୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉଭୟଙ୍କ ଫ୍ରେସ ପିଟିସନ ଗ୍ରହଣ ବେଳେ କୋର୍ଟ ଉଭୟଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଉଭୟ ଆଜି କୋର୍ଟରେ ଏହି ଅର୍ଥ ରାଶି ଜମା କରିବେ ବୋଲି ତାଙ୍କ ଆଇନଜୀବୀ ପକ୍ଷରୁ ସୂଚନା ମିଳିଛି ।
ପୂବ ର୍ରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ମଧ୍ୟ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ୫ ହଜାର ଲେଖାଏଁ ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଉଭୟଙ୍କ ଜରିମାନ କରିଛନ୍ତି ଫ୍ୟାମିଲି କୋର୍ଟ ।

Related posts

ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

mahabharatanews

 ଏମଆରଆଇ ୟୁନିଟ କାର୍ଯ୍ୟକ୍ଷମ ପରେ ୧୨୦ ରୋଗୀ ଉପକୃତ 

mahabharatanews

କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଳୀ ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଜଗନ୍ନାଥ ଓ ବଳଭଦ୍ର

mahabharatanews