ଓଡିଶା

ଉଛୁଳୁଛି ମହାନଦୀ ; ୬ଟି ଜିଲ୍ଲାକୁ ସତର୍କ ଜାରି 

(ହୀରାକୁଦ) : ଧୀରେ ଧୀରେ ଫୁଲୁଛି ମହାନଦୀ । ଏଥି ସହ ବଢୁଛି ହୀରାକୁଦର  ଜଳସ୍ତର । ମହାନଦୀ ଫୁଲିବା ହେତୁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼ ଏବଂ ଜଗତସିଂପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀ ଏବଂ ଅନ୍ୟ ପ୍ରମୁଖ ନଦୀରେ ବନ୍ୟା ଯୋଗୁଁ ବହୁ ସ୍ଥାନରେ ଜନବସତିରେ ବନ୍ୟା ପାଣି ପ୍ରବେଶ କରିଛି ।

ସୂଚନାନୁଯାୟୀ ,  ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୬୦ ଫୁଟ୍‌ ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪,୩୨,୮୦୮ କ୍ୟୁସେକ୍‌ ଜଳ ଓ ନିଷ୍କାସନ ହେଉଛି ୬୭ ହଜାର ୬୯୦ କ୍ୟୁସେକ୍‌ ଜଳ ।  ଏବେସୁଦ୍ଧା ରାଜ୍ୟରେ ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୬୭୨ଟି ଗାଁ ଓ ୧୭ଟି ପୌରାଞ୍ଚଳର ୬୭ଟି ୱାର୍ଡ ପ୍ରଭାବିତ ହୋଇଛି । ୬୮୩୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

Related posts

କୋଭିଡ୍ ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ 

mahabharatanews

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଂସଦ

mahabharatanews

 ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ 

mahabharatanews