ରାଜନୀତି

ବିଚାରବିମର୍ଶ ପରେ ନିଆଯିବ ପଦକ୍ଷେପ: ଉଚ୍ଚ ଶିକ୍ଷା ମନ୍ତ୍ରୀ

(ଶ୍ରୀହର୍ଷ ମିଶ୍ର,ଭୁବନେଶ୍ୱର): ଅଣ୍ଡର ଗ୍ରାଜୁଏଟ (ୟୁଜି)ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଫାଇନାଲ ପରୀକ୍ଷା ବାବଦରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି । କଲେଜ ଓ ବିଶ୍ୱବିଦ୍ୟାଳୟର ଫାଇନାଲ ପରୀକ୍ଷା ବିନା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼.ଅରୁଣ ସାହୁ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ଏନେଇ ମତ ରଖିଛନ୍ତି । ୟୁଜି ଓ ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରାଜ୍ୟ ସରକାର ପାଇବା ପରେ ବିଚାର ବିମର୍ଶ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ,ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି/ପିଜି ପରୀକ୍ଷା ଶେଷ କରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ଅନେକ ରାଜ୍ୟର ଛାତ୍ରଛାତ୍ରୀ ପରୀକ୍ଷା ବାତିଲ କରିବା ପାଇଂ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ । ଏନେଇ ସର୍ବୋଚ୍ଚ ଅଦାଲତ ଆଜି ରାୟ ପ୍ରକାଶ କରିଛନ୍ତି ।

Related posts

ପୁଣି ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା

mahabharatanews

ଜୀବନ ପ୍ରଦୀପଙ୍କୁ ବିଜେଡିରୁ ସସ୍ପେଣ୍ଡ

mahabharatanews

ପଞ୍ଚାୟତ ନିର୍ବାଚନ: ବିଜେଡିର ନୂଆ ଷ୍ଟ୍ରାଟେଜି

mahabharatanews