ଓଡିଶା

ଆଗାମୀ ଓଡିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଉପକଣ୍ଠ ଆଦର୍ଶ ଗ୍ରାମ କଲରାବାଙ୍କ ନିଳିମାରାଣୀ ସଭାଗୃହଠାରେ ଓଡ଼ିଆ ଭାଷାସାହିତ୍ୟ ଓ ସାହିତ୍ୟ ପ୍ରତିଷ୍ଠାନ ଆଗାମୀ ଓଡିଶା  ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ସହ ବିଷୁବ ମିଳନ ସମାରୋହ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଗାମୀ ଓଡିଶା ପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କିମସ ଭାଇସ ଚାନ୍ସେଲର ତଥା ପ୍ରଖ୍ୟାତ ଚିକିତ୍ସକ ଡ଼ଃ ସିବିକେ ମହାନ୍ତି  ଯୋଗ ଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ ଭାଗିରଥି ଦାସ , ଆଷାଡ଼ ସାହିତ୍ୟ ସଂସଦ ସଭାପତି ପିତାମ୍ବର ମହାପାତ୍ର , ବିଶ୍ୱ ଓଡ଼ିଆ ମହାସଂଘ ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ମହାପାତ୍ର ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶାରଳା ସାହିତ୍ୟ ସଂସଦ ପ୍ରତିଷ୍ଠାତା ଡ଼ଃ ଇଂ ପ୍ରଭାକର ସ୍ବାଇଁ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଚଳିତ ବର୍ଷର ବିଷୁବ ସମ୍ନାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଓ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଉଶ୍ଚବରେ ବହୁ ସାହିତ୍ୟିକ , ବୁଦ୍ଧିଜୀବି, ସମାଜସେବୀ , ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

Related posts

ରାୟଗଡ଼ା ରେ ବିଂଶତମ ଜିଲ୍ଲା ଯୋଜନା କମିଟିର ବୈଠକ

mahabharatanews

ଆଜି ବି ବର୍ଷା ସମ୍ଭାବନା;  ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି  

mahabharatanews

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

mahabharatanews