(ମମତା ସାମଲ ): ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ପରିଚାଳିତ ଦିଲ୍ଲୀ ସରକାର ଶୁକ୍ରବାର କହିଛନ୍ତି, ଜାତୀୟ ରାଜଧାନୀରେ ଫସିଥିବା ପ୍ରବାସି ଶ୍ରମିକମାନଙ୍କୁ ସେମାନଙ୍କର ଘରକୁ ପଠାଇବା ପର୍ୟ୍ୟନ୍ତ ଟ୍ରେନ ଯାତ୍ରର ଖର୍ଚ୍ଚ ଦେବେ । ଦିଲ୍ଲୀରୁ ଶୁକ୍ରବାର ଦ୍ୱିତୀୟ ଶ୍ରମିକ ସ୍ୱସନ୍ତ୍ର ଟ୍ରେନ ବିହାର ପାଇଁ ଯାତ୍ରା ଆରମ୍ଭ କରିଛି । ଦିଲ୍ଲୀ ସରକାର ଏକ ବୟାନରେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ପ୍ରବାସୀମାନଙ୍କ ଯାତ୍ରା ଖର୍ଚ୍ଚ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଉଠାଉଛନ୍ତି । କିନ୍ତୁ ଦିଲ୍ଲୀ ସରକାର ଏହି ପ୍ରବାସୀମାନଙ୍କୁ ସେମାନଙ୍କର ଘରକୁ ପହଞ୍ଚାଇବା ପର୍ୟ୍ୟନ୍ତ ସମସ୍ତ ଖର୍ଚ୍ଚ ଉଠାଇବାକୁ ନିଷ୍ପତ୍ତି ନେଇଛି ।
ବୟାନ ଅନୁସାରେ ଦିଲ୍ଲୀ ସରକାର ପୂର୍ବରୁ ହିଁ ଏସଂପର୍କରେ ରାଜ୍ୟଗୁଡ଼ିକୁ ଦିଲ୍ଲୀରେ ଫସିଥିବା ଶ୍ରମିକଙ୍କ ତାଲିକା ପଠାଇଛି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ସମସ୍ତ ଜିଲ୍ଲାପାଳ ଓ ପୋଲିସ ଆୟୁକ୍ତଙ୍କୁ ଲକଡାଉନ ସମୟରେ ଅନୁମତି ପ୍ରାପ୍ତ ଆର୍ଥିକ ଗତିବିଧିକୁ ସୁପରିଚାଳନା ସୁନିଶ୍ଚିତ କରିବାକୁ ଆଦେଶ ଦେଇଛନ୍ତି । ସରକାରଙ୍କୁ ଅଭିଯୋଗ ମିଳିଛି ଯେ, କିଛି ସରକାରୀ ସଂସ୍ଥା ଓ ପଂଜୀକୃତ କଲ୍ୟାଣ ସଂଗଠନ ଦିଲ୍ଲୀ ସରକାରଙ୍କ ଆଦେଶରେ ବାଧା ପହଞ୍ଚାଉଛନ୍ତି । ଏହି କାରଣରୁ ମୁଖ୍ୟ ସଚିବ ବିଜୟ ଦେବ ଏହି ଆଦେଶ ଜାରି କରିଛନ୍ତି ।
ମୁଁ ଦେବି ସମସ୍ତ ଖର୍ଚ୍ଚ