ଭୁବନେଶ୍ବର: ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ମହାପ୍ରଭୁଙ୍କ ରୀତିନୀତିରେ ଯେଭଳି କୌଣସି ଅସୁବିଧା ନହୁଏ ତାକୁ ପ୍ରାଥମିକତା ଦିଆଯାଉଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ପ୍ରଥମେ ବାହାର ରତ୍ନଭଣ୍ଡାର ମରାମତି କରାଯିବ । ଭିତର ରତ୍ନଭଣ୍ଡାର ମରାମତି ପାଇଁ ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ଏସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା ହୋଇଛି ।
ସେହିଭଳି ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଡ଼ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଚାବି ପ୍ରହେଳିକା ଗତ ସରକାର ବାବୁମାନେ କରିଥିଲେ। ପ୍ରହେଳିକା କରି ରତ୍ନଭଣ୍ଡାର ନ ଖୋଲିବାକୁ ଷଡ଼ଯନ୍ତ୍ର ହୋଇଥିଲା। ଏବେ ଏହି ଷଡ଼ଯନ୍ତ୍ରର ଖୁଲାସା ହେବ ଏବଂ ଯେଉଁମାନେ ଚଞ୍ଚକତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।