ଓଡିଶା

ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

(ଭୁବନେଶ୍ୱର) : ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ହେଲେ ନିର୍ବାଚିତ ଅସିତ କୁମାର ତ୍ରିପାଠୀ । ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁ୍ୟୁଡବ୍ଲୁସି) ର ବର୍ତ୍ତମାନର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ କ୍ରମାଗତ ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ରବିବାର ଅନୁଷ୍ଠିତ ନିର୍ବାଚନରେ ତ୍ରିପାଠୀ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତାପେଶ ରୟଙ୍କୁ 714 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେ ମୋଟ 921 ଭୋଟ୍ ପାଇଥିବାବେଳେ 207 ଭୋଟ୍ ରୟଙ୍କ ସପକ୍ଷରେ ଆସିଥିଲେ।

ସୂଚନାନୁଯାୟୀ, ଉପସଭାପତି ଭାବରେ ପ୍ରଗତି ମହାନ୍ତି, ଅଶୋକ କୁମାର ମିଶ୍ର ସମ୍ମାନିତ ସଚିବ ଭାବରେ ଏବଂ ପାର୍ଟଜେଟ ପଟ୍ଟନାୟକ ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି। ଦେବରାଜ ବିଶ୍ଵାଳ, ପି ଭି ମୋହନ, ମାନଶ ରଂଜନ ଦାଶ, ସଞ୍ଜୟ ଲାଥ, ପ୍ରଶାନ୍ତ ନାଥ ଏବଂ ଟୁଟୁଲ କିଶୋର ଦାସ ଆଦି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି।

Related posts

ଆରମ୍ଭ ହେଲା ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ

mahabharatanews

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି

mahabharatanews

ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କୁ ମାଡ ଅଭିଯୋଗ, ୩ ଗିରଫ

mahabharatanews