ଭାରତ

ଏଣିକି ଇରାନ ଏୟାରପୋର୍ଟ ଦେଇ ଯିବନି ଏୟାର ଇଣ୍ଡିଆ

(ଦିଲ୍ଲୀ)  : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ବର୍ତ୍ତମାନ ବିମାନ ସେବା ଉପରେ ପଡିଛି । ଶନିବାର (ଏପ୍ରିଲ ୧୩) ଏୟାର ଇଣ୍ଡିଆର ବିମାନ ଇରାନର ଏୟାରପୋର୍ଟ ଦେଇ ଯିବା ବନ୍ଦ କରିଦେଇଛି । ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ଚେତାବନୀ ଦେଇ ସାରିଛି ।

ସୂଚନାନୁଯାୟୀ ,  ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆର ବିମାନଗୁଡ଼ିକ ଇରାନର ଆକାଶ ସୀମାକୁ ନ ଯାଇ ଅଧିକ ସମୟ ନେଇ ଲମ୍ବା ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ଏପ୍ରିଲ ୧ ତାରିଖରେ ସିରିଆର ରାଜଧାନୀ ଦମିଶକ ଥିବା ଇରାନ କନସୁଲେଟକ ଉପରେ ଇସ୍ରାଏଲ ଯୁଦ୍ଧ ବିମାନ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି କାରଣରୁ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା । ଇସ୍ରାଏଲ ଆକ୍ରମଣରେ ଦୁଇ ଜଣ ଜେନେରାଲଙ୍କ ସମେତ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ।

Related posts

ଜୀବନ ଯୁଦ୍ଧରେ ହାରିଗଲା ଜୁମ୍; ସହିଦ ହୋଇଗଲା ଭାରତୀୟ ସେନାର ଏହି ଯୋଦ୍ଧା କୁକୁର

mahabharatanews

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

mahabharatanews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews