ଅପରାଧଓଡିଶା

ଏଟିଏମ ଲୁଟ ଉଦ୍ୟମ ବିଫଳ ! ଜଣେ ଗିରଫ

(ଅନୁଗୁଳ/ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ ହୋଇଛି । ଜଣେ ଅଭିଯୁକ୍ତକୁ କାବୁ କରିଛି ଜିଲ୍ଲା ପୁଲିସ । ଅଭିଯୁକ୍ତ ଜଣକ ସହରର ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନାରୁ ଜରି, ପ୍ଲାଷ୍ଟିକ ଗୋଟାଇଥିବା ବ୍ୟକ୍ତି ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ୩୧ ତାରିଖରେ ହନୁମାନ ବଜାରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ କାନାରା ବ୍ୟାଙ୍କର ଏଟିମ୍ କୁ ଲୁଟ୍ କରିବାର ଉଦ୍ୟମ କରାଯାଇଥିଲା । ଏ ନେଇ ବ୍ୟାଙ୍କ କର୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଏଟିଏମ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ସିସି ଟିଭି ଫୁଟେଜ ଆଧାରରେ ପୁଲିସ ସହରର ଜବରଦସ୍ତିପଡ଼ାରେ ରହୁଥିବା ଟୁନା ଓରଫ ମୁନା ଗୋଚ୍ଛାୟତଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ ଟୁନା ଏକ ସ୍କୃ ଡ୍ରାଇଭର ସହାୟତାରେ ପ୍ରଥମେ କାନାରା ବ୍ୟାଙ୍କ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିଲା । ହେଲେ ଏଥିରେ ବିଫଳ ହେବା ପରେ ସେ ନିକଟରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏଟିଏମକୁ ତାଡି ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲା । ହେଲେ ଏଥିରେ ବି ସେ ମଧ୍ୟ ବିଫଳ ହେବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପୁଲିସ ଆଜି ତାକୁ ଗିରଫ କରିବା ସହ ତା ନିକଟରୁ ସ୍କୃ ଡ୍ରାଇଭର ଜବତ କରିଛି । ଟୁନାକୁ ପୁଲିସ କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି ।

 

Related posts

ଆଜି ରସଗୋଲା ଦିବସ, ପାହାଳରେ ପ୍ରବଳ ଭିଡ଼  

mahabharatanews

ପରୀକୁ ନ୍ୟାୟ ଓ ଶିଶୁ ଅତ୍ୟାଚାର ରୋକିବା ଦାବିରେ ଜିଲ୍ଲା କଂଗ୍ରେସର ଧାରଣା

mahabharatanews

ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

mahabharatanews

Leave a Comment