ଅପରାଧ

ମରଣାନ୍ତକ ଆକ୍ରମଣ

(ମହାଭାରତ/ଜଳେଶ୍ୱର): ବୁଝାମଣା ସହିତ ସମାଧାନ କରିବାକୁ ଡାକି ମଧ୍ୟସ୍ତ କଲେ ହତ୍ୟା ଉଦ୍ୟମ । ଏଭଳି ଏକ ବିଶ୍ୱାସଘାତକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଞ୍ଚଳରେ ।

ସୂଚନା ଅନୁଯାୟୀ, ସୁଗୋ ଗ୍ରାମର ବୁଦେ୍ଧଶ୍ୱର ଜେନା ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ କୈାଣସି କାରଣକୁ କେନ୍ଦ୍ର କରି ଫୋନରେ ଝଗଡ଼ା ହୋଇଥିଲା । ଉକ୍ତ ଘଟଣାର ସମାଧାନ ପାଇଁ , ମଧ୍ୟସ୍ତ ସାଜିଥିଲେ ଭୋଗରାଇ ଥାନା ଖୁରୁଞ୍ôଚିଆ ଗ୍ରାମର ଜଗା ଦାସ । ସେ ଫୋନ ଯୋଗେ ବୁଦେ୍ଧଶ୍ୱରଙ୍କୁ ଭୁରକୁଣ୍ଡା ଗ୍ରାମକୁ ଡାକିଥିଲେ । ବୁଦେ୍ଧଶ୍ୱର ସେଠାରେ ପହଞ୍ଚିବା ପରେ, ଜଗା ଦାସ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ, ନିଜର ସାର୍ଟ ଭିତରୁ ଏକ କଟୁରୀ ବାହାର କରି ବୁଦେ୍ଧଶ୍ୱରକୁ ହତ୍ୟା ଉଦ୍ୟମ କରିଥିଲେ । ମାତ୍ର ବୁଦେ୍ଧଶ୍ୱର କଟୁରୀକୁ ଧରିନେବାରୁ ଅଳ୍ପକେ ବର୍ତୀ ଯାଇଥିଲେ ସତ, ମାତ୍ର ବାମ ହାତର ସବୁ ଆଙ୍ଗୁଳି କଟି ଯାଇ ଅର୍ଦ୍ଧ ଝୁଲନ୍ତା ରକ୍ତ ଜୁଡବୁଡ଼ ଅବସ୍ଥାରେ ଘଟଣାସ୍ଥଳରେ ବେହୋସ ହୋଇ ପଡିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜି କେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ଏବାବଦରେ ବୁଦେ୍ଧଶ୍ୱର ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ବେଆଇନ କଫ ସିରପ ବିକ୍ରି ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ହତ୍ୟା ଧମକ

mahabharatanews

କରୋନା ସମୟରେ ଅବକାରୀ ବିଭାଗର ଚଢାଉ

mahabharatanews

ଜ୍ୱାଇଁ କାଟିଲା ଶାଶୂର ଗୋଳା

mahabharatanews

Leave a Comment