ଶେଖ ଫୈଜାନ କାଦ୍ରୀ/ ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ବିଚ ବଜାରରେ ମରଣାତ୍ମକ ଆକ୍ରମଣ । ଏହି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନସ୍ଥ ବାଗୁରାଇ ବଜ଼ାରରେ । ମରଣାତ୍ମକ ଆକ୍ରମଣର ଶିକାର ହେଇଥିବା ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବାଉଦପୁର ଗ୍ରାମର ଅପରେସ ଜେନା । ଗୁରୁତ୍ୱର ଜେନା ସନ୍ଧ୍ୟା ବେଳେ ବାଗୁରାଉ ବଜ଼ାରରୁ ନିଜ ଘର ବାଉଦପୁରକୁ ଯାଉଥିବା ବେଳେ ପୂର୍ବରୁ ଛକି ରହିଥିବା ବାଉଦପୁର ଗ୍ରାମର ବାବୁରାମ ଜେନା ତାଙ୍କୁ ଭୁଜାଲିରେ ମାରଣତ୍ମକ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା ଜେନାଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଦ୍ରକ ମେଡିକାଲରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମରଣାତ୍ମକ ଆକ୍ରମଣର ଶିକାର ଅପରେସ ଜେନାଙ୍କ ମୁଣ୍ଡ,, ହାତ, ପିଠି ରେ ଗଭୀର କ୍ଷତ ଚି଼ହ୍ନ ଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି
