ଅପରାଧ

ମାଆ ଝିଅଙ୍କୁ ମରଣାନ୍ତକ ଆକ୍ରମଣ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି):ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମୋଟୁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଥାନା ଅଧୀନ ବିନାୟକପୁର ଗାଁରେ ଗୁରୁବାର ରାତିରେ ଶୋଇଥିବା ସମୟରେ ଗୋଟିଏ ପରିବାରର ମାଆ ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଛି । ଘଟଣାସ୍ଥଳରେ ବୃଦ୍ଧା ମାଆର ମୃତ୍ୟୁ ହୋଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ଝିଅକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ବୃଦ୍ଧା ଜଣକ ସାଲବମ ଲାଛି ହୋଇଥିବାବେଳେ ଗୁରୁତର ଜଣକ ତାଙ୍କ ଝିଅ କାନି ସାଲବମ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ,ମୃତ ବୃଦ୍ଧା ଜଣକଙ୍କ ନାତି କାଲିମେଳାରେ କେନ୍ଦୁପତ୍ର ଗୋଦାମରେ କାମ କରୁଥିଲେ । ଏଣୁ ଘରେ ସେ ଓ ଝିଅ ରହୁଥିଲେ । ତେବେ ଗୁରୁବାର ରାତିରେ କେହି ଜଣେ ଦୁର୍ବୃତ୍ତ ଘରେ ପଶି ଶେ।।ଇଥିବା ମାଆ ଓ ଝିଅଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ବୃଦ୍ଧାଙ୍କ ପ୍ରାଣ ହରାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ଝିଅ ସେଠାରେ ପଡି ରହିଥିଲେ । ପରଦିନ ସକାଳେ ଗାଁ ଲୋକେ ଘରେ ରକ୍ତ ଦେଖି ମୋଟୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଏଯାଏ ଜଣାପଡିନାହିଁ ।

Related posts

ଚୋରି ମାମଲାରେ ୯ ଜଣ ଗିରଫ

mahabharatanews

ଓଡିଶା କମ୍ପ୍ୟୁଟର ଏକାଡେମି ସେଣ୍ଟର (ଓସିଏସି) ସିଇଓଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍

mahabharatanews

ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ପୋଲିସ

mahabharatanews

Leave a Comment