ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟରେ କର୍ତ୍ତବ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ରୋଗୀଙ୍କ ପରିଜନଙ୍କ ଦ୍ୱାରା ହେଉଥିବା ଆକ୍ରମଣ ଓ ଅଶୋଭନୀୟ ଆଚରଣର ନମୁନା ରାଜ୍ୟ ପୁଲିସ ଦୃଷ୍ଟିକୁ ଆସିବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଉପରେ ରାଜ୍ୟ ପୁଲିସ ଗୁରୁତ୍ୱାରୋପ କରିଛି । କରୋନା ମହାଯୁଦ୍ଧର ଆଗଧାଡିର ଏହି ଯୋଦ୍ଧାଙ୍କ ସୁରକ୍ଷା ପୁଲିସର ବଡ ଦାୟିତ୍ୱ ହୋଇଛି । ସ୍ଥିତିର ଗୁରୁତ୍ୱକୁ ଦେଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜି) ସମସ୍ତ ଆରକ୍ଷୀ ଅଧିକ୍ଷକ ଓ ଡିସିପିମାନଙ୍କୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଦୁର୍ବ୍ୟବହାର ପରି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ତୁରନ୍ତ ଏଫଆଇଅ।।ର ଲଜ କରି ତଦନ୍ତ କରିବାକୁ କୁହାଯାଇଛି । ଏହି ଘଟଣାର ତଦନ୍ତଭାର ଜଣେ ଡିଏସପି ବା ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ତଦାରଖ କରି ଚାର୍ଜସିଟ ଓ ଚୂଡାନ୍ତ ଫର୍ମ ଏକ ମାସରେ ଦାଖଲ କରିବାକୁ ସମସ୍ତ ଏସପି, ଡିଏସପିଙ୍କୁ କୁହାଯାଇଛି ।
previous post