ଓଡିଶା

ମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣ

ଭୁବନେଶ୍ୱର : ଗୋଟିଏ ପଟେ କମିଶନରେଟ ପୋଲିସର ବୁକିଂ ଚେକିଂ ଜୋରଦାର | ଭୁବନେଶ୍ଵର ରାସ୍ତା ଉପରେ ମାଳ ମାଳ ପୋଲିସ | ଅନ୍ୟପଟେ ମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣ | ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ | ଗତ କାଲି ରାତିରେ ମହିଳା ଥାନା ଏସ୍ ଆଇ ଶୁଭଶ୍ରି ନାୟକ ଡିଉଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି | ଶୁଭଶ୍ରି ନିଜ କାର ଯୋଗେ ମହିଳା ଥାନାରୁ ପୋଲିସ ବାରାକରେ ଥିବା କ୍ଵାଟରକୁ ଫେରୁଥିଲେ |

ସାଇନ୍ସ ପାର୍କ ନିକଟରେ ତାଙ୍କ କାରକୁ ଏକ ଇନୋଭା କାର ଧକ୍କା ଦେବାକୁ ଚେଷ୍ଟା କରିଥିଲା | ଏହାପରେ ଶୁଭଶ୍ରି ପୋଲିସ ବାରାକ ଭିତରକୁ ଭୟରେ ପଶିଯାଇଥିଲା | ହେଲେ ତାଙ୍କୁ ପିଛା କରୁଥିବା କାରରେ ଥିବା ଦୁର୍ବୃତ୍ତ ମାନେ ଖଣ୍ଡା ବାହାର କରି ଶୁଭଶ୍ରିଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ | ଶୁଭଶ୍ରି ଜୋରରେ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବାରୁ ବାରାକରେ ଡିଉଟି କରୁଥିବା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଦୁର୍ବୃତ୍ତ ମାନେ କାର ନେଇ ଚମ୍ପଟ ମାରିଥିଲେ | ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଅଭିଯୋଗ ହେବାପରେ ପୋଲିସ ସିସିଟିଭି ଯାଞ୍ଚ କରି କାରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି | ରାଜଧାନୀରେ ଏଭଳି ଘଟଣା ଘଟିବା ପୋଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି |

Related posts

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

mahabharatanews

ଅସହ୍ୟ ଗରମ ସହ ଗୁଳୁଗୁଳି, ପାରଦ ୪୦ ଡିଗ୍ରୀ ପାର

mahabharatanews

ହତ୍ୟା ଅଭିଯୁକ୍ତର ଜେଲରେ ମୃତ୍ୟୁ

mahabharatanews