ଓଡିଶା

ରେଙ୍ଗାଲି ବାମ ପାର୍ଶ୍ୱ ମୁଖ୍ୟ କେନାଲ ରାସ୍ତା ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

ଢେ଼ଙ୍କାନାଳ : ପରଜଙ୍ଗ ବ୍ଲକ୍ ରେଙ୍ଗାଲି ବାମ ପାର୍ଶ୍ୱ ମୁଖ୍ୟ ଖାଲପାଳ ପରିକେନାଲ୍ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏଠାରେ ସମ୍ମାନୀତ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଦ୍ଵାରା ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଜିଲ୍ଲା ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେଣୁ ରେଙ୍ଗାଲି ବାମ ପାର୍ଶ୍ୱ ମୁଖ୍ୟ କେନାଲ ରାସ୍ତାଟି କୁଲେଇ ଛକ ଠାରୁ କନ୍ତୁର ଛକ ପର୍ୟ୍ୟନ୍ତ ୯ କିଲୋ ମିଟର ଥିବାବେଳେ ୩ କିଲୋ ମିଟର ମୁଖ୍ୟ କେନାଲ ରାସ୍ତା ଠାରୁ ଖାଲପାଳକୁ ଯାଇଥିବା ପରିକେନାଲ ରାସ୍ତାର ଉନ୍ନତି କରଣ କାର୍ୟ୍ୟର ଭିତ୍ତି ପ୍ରସ୍ତର କାର୍ୟ୍ୟ ହେବ। ତେବେ ରେଙ୍ଗାଲି ବାମ ପାର୍ଶ୍ୱ ମୁଖ୍ୟ କେନାଲ ରାସ୍ତାର ଅଟକଳ ମୂଲ୍ୟ ୫ କୋଟି ୯୦ଲକ୍ଷ୍ୟ ।

Related posts

ବଢୁଛି ଡେଙ୍ଗୁ ଆତଙ୍କ: ୧୯୭  ପଜିଟିଭ ଚିହ୍ନଟ 

mahabharatanews

ଆଗାମୀ ୩ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

mahabharatanews

ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟିଲା ବସ, ବର୍ତ୍ତିଲେ ଯାତ୍ରୀ

mahabharatanews