ଖେଳ

ଦିନିକିଆ କ୍ରିକେଟରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ଅବସର

ଅଷ୍ଟ୍ରେଲିଆ: ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିୟ ଅଧିନାୟକ ଆରୋନ ଫିଞ୍ଚ ଅବସର ଘୋଷଣା କରିଛନ୍ତି। ଏହାଛଡା ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଶ୍ରୀ ଫିଞ୍ଚ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଦିନିକିଆ ଖେଳିବେ। ୫୦ ଓଭର ଫର୍ମାଟରେ ଶ୍ରୀ ପଞ୍ଚଙ୍କୁ ଆଉ ଖେଳୁଥିବାର ଦେଖିବାକୁ ମିଳିବନି। ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରିରଖିବେ। ଶ୍ରୀ ପିଞ୍ଚ ଅଷ୍ଟ୍ରେଲିଆର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ। ଶ୍ରୀ ପିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ୨୦୨୧ ଟି-୨୦ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା। ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ର୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ପିଞ୍ଚଙ୍କ ଅବସରକୁ ନେଇ କ୍ରିକେଟ ପ୍ରେମୀମାନେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ଦିନିକିଆ ମ୍ୟାଚରେ କିଛି ଦିନ ହେଲା ଖରାପ ପ୍ରଦର୍ଶନ କାରଣରୁ ଅବସର ନେଇଥିବା ଚର୍ଚ୍ଚା ହେଉଛି। ଜଣେ ନୂଆ ଅଧିନାୟକଙ୍କୁ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବା ଓ ଜିତିବା ପାଇଁ ସୁଯୋଗ ଦେବାର ସମୟ ଆସିଛି ବୋଲି ଅବସର ଘୋଷଣା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Related posts

ଭାରତକୁ ୩୩୮ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

mahabharatanews

ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍

mahabharatanews

ପୋଲାର୍ଡଙ୍କ ପାଇଁ ଟ୍ୱିଟ କରି ଫସିଲେ ରୋହିତ

mahabharatanews