ପାଣିପାଗଭାରତ

ବାତ୍ୟା କୁ ନେଇ ଗୁଜବ ଠାରୁ ଦୂରେଇ ରୁହନ୍ତୁ: ଆଚଂଳିକ ପାଣିପାଗ ବିଭାଗ

ଭୁବନେଶ୍ୱର (ହରପ୍ରସାଦ ବିଶୋଇ) : ବାତ୍ୟାକୁ ନେଇ ହେଉଥିବା ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କିଛିଦିନ ହେବ ବାତ୍ୟାକୁ ନେଇ ଅନେକ ସୂଚନା ଶୁଣିବାକୁ ମିଳୁଛି । ଏଥିପାଇଁ ଅନେକ ଲୋକ ଭୟଭୀତ ହେଉଛନ୍ତି । ଏନେଇ କେନ୍ଦ୍ର ଆଂଚଳିକ ପାଣିପାଗ ବିଭାଗ ନ ଡ଼ରିବା ପାଇଁ ଟ୍ୱିଟ କରିଛନ୍ତି । କୌଣସି ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ । ତେବେ ସେ ୩ଟି ଧାଡିର ଲେଖାରେ ଟ୍ୱିଟ କରିଛନ୍ତି । ପ୍ରଥମ ଧାଡ଼ିରେ ସେ ସୂଚାଇଛନ୍ତି ଯେ, ବାତ୍ୟା ସମ୍ବନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ ।

୨ୟ ଧାଡ଼ିରେ କହିଛନ୍ତି, କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ସେହିପରି ୩ୟ ଧାଡ଼ିରେ ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ ଘଣ୍ଟା କାର୍ଯ୍ୟରତ । ତେବେ ଶେଷରେ ସେ କହିଛନ୍ତି, ଆପଣମାନେ ଗୁଜବ ଠାରୁ ଦୂରେଇ ରୁହନ୍ତୁ । ବଙ୍ଗୋପସାଗରରେ ଅନ୍ୟାନ୍ୟ ମଡେଲ ମହାବାତ୍ୟା ନେଇ ସତର୍କ କରିଛନ୍ତି । ଏପରି ଟ୍ୱିଟ କରି ଜାରି କରିଛନ୍ତି କେନ୍ଦ୍ର ପାଣିପାଗ ବିଭାଗ ।

Related posts

ଆସୁଛନ୍ତି ରାଷ୍ଟ୍ରପତି, ବ୍ୟବସ୍ଥାର ଅନୁଧ୍ୟାନ କଲେ ୫ଟି ସଚିବ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୧୦୨ ଆକ୍ରାନ୍ତ ଚିହ୍ନଟ ଓ ୨୭୮ ଜଣ ମୃତ

mahabharatanews

“ବିଜେପି ଶାସିତ ରାଜ୍ୟ ବିରୋଧରେ କାହିଁକି ହେଉନାହିଁ  କାର୍ଯ୍ୟାନୁଷ୍ଠାନ  ?” ସୁପ୍ରିମକୋର୍ଟ

mahabharatanews