ଓଡିଶାବିଦ୍ୟା

କୁକୁଡାଖଣ୍ଡି ରୁ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥ ଶୁଭଆରମ୍ଭ

ଗଞ୍ଜାମ: ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଆନ୍ତର୍ଜାତିକ ମାନର ସରକାରୀ ସ୍ବୀକୃତିପ୍ରାପ୍ତ କମ୍ପ୍ୟୁଟର କୋର୍ସ ସମ୍ପର୍କରେ ସଚେତନ କରିବା ପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ ଏବଂ ପେସ କମ୍ପ୍ୟୁଟର ଏକାଡ଼େମୀ ପକ୍ଷରୁ କୁକୁଡ଼ାଖଣ୍ଡିରେ କମ୍ପ୍ୟୁଟର ଶିକ୍ଷା ର ପ୍ରଚାର ଓ ପ୍ରସାର ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମକୁ ସମାଜସେବୀ ତଥା ଶିକ୍ଷାବିତ୍ ବିଦେଶୀ ସାହୁ ସବୁଜ ପତକା ଦେଖାଇ ଆଗକୁ ବଢେଇବା ସହ ଶିକ୍ଷା ର ବିକାଶ ପାଇଁ ରାଜ୍ୟସରକାର ଏବଂ ଓକେସିଏଲର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷାଚ୍ଚ କ୍ଷେତ୍ର ରେ ଉଜ୍ବଳ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି ଶ୍ରୀ ସାହୁ ଆଶା ପ୍ରକାଶ କରିଛନ୍ତି।ଏହି କାର୍ୟ୍ୟକ୍ରମ ରେ ଶିକ୍ଷକ ବିକାଶକୁମାର ମହାପାତ୍ର ଙ୍କ ସମେତ ଶିଳ୍ପା ସେଠୀ , ସିପ୍ରା ସାହୁ ,ରାମ ପ୍ରସାଦ, ସୁନିଲ,ମୋହନ ଏବଂ ଅନୁଷ୍ଠାନ ର ସବୁ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

 

Related posts

ଗରମରୁ ତ୍ରାହି; ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା ସମ୍ଭାବନା 

mahabharatanews

ମନୋରମା ମହାପାତ୍ରଙ୍କ ପରଲୋକ

mahabharatanews

ଆଜି ଦିଲ୍ଲୀ ଯିବେ ଓଡିଶାର ୨୦ ବିଜେପି ସାଂସଦ

mahabharatanews