ଭାରତ

ଗିନିଜ ୱାର୍ଲ୍ଡ ରେକର୍ଡ କଲା ୨୨ ଲକ୍ଷ ୨୩ ହଜାର ଦୀପ ପ୍ରଜ୍ୱଳନ 

(ଦିଲ୍ଲୀ ) : ଅଯୋଧ୍ୟା ଦୀପୋତ୍ସବ ୨୦୨୩ରେ ନୂତନ ଦୀପ ଜଳାଇବା ନେଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି  । ଏହାପୂର୍ବରୁ ୧୮ ଲକ୍ଷ ୮୧ ହଜାର ଦୀପ ଜାଳିବାର ଏକ ରେକର୍ଡ ଥିଲା, ୨୨ ଲକ୍ଷ ୨୩ ହଜାର ଦୀପ ପ୍ରଜ୍ୱଳନ ଏବେ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି ହୋଇଛି । ଏହି ରେକର୍ଡ ସମୟରେ ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ଟିମ୍ ତରଫରୁ ଏକ ପ୍ରମାଣପତ୍ର ଦିଆଯାଇଛି । ଶହ ଶହ ସ୍ୱେଚ୍ଛାସେବୀ ଦଳ ୨୪ ଘଣ୍ଟା ଦୀପ ପ୍ରଜ୍ୱଳନ କରି ଘଣ୍ଟା ଘଣ୍ଟା ପରିଶ୍ରମ କରିଥିଲେ ।

ସୂଚନାନୁଯାୟୀ , ଅଯୋଧ୍ୟା ଦୀପୋତ୍ସଭ କାର୍ଯ୍ୟକ୍ରମରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ୟୁପି ଡେପୁଟି ସିଏମ କେଶବ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ ଏବଂ ୫୦ରୁ ଅଧିକ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅନେକ ନେତା ଅଂଶଗ୍ରହଣ କରିଥିଲେ । ସିଏମ୍ ଯୋଗୀ ଆଦିତ୍ୟନାଥ ସରାୟୁ ନଦୀର ଆରତୀ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଚମତ୍କାର ଆତସବାଜି କରାଯାଇଥିଲା । ଅନ୍ୟ ରାଜ୍ୟ ତଥା ସହରର ଲୋକମାନେ ଏହି ମହାନ୍ ଆଲୋକ ଉତ୍ସବରେ ଭାଗ ନେବାକୁ ଆସିଥିଲେ ।

Related posts

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା; ମୃତ୍ୟୁ ସଂଖ୍ୟା ୫୨

mahabharatanews

ଓଡି଼ଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ

mahabharatanews

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

mahabharatanews