ଭାରତ

ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

(ଦିଲ୍ଲୀ) : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଡୁଙ୍ଗରପୁର ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ଆଜମ ଖାନଙ୍କୁ ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭ ଏବଂ ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଜମ ଖାନ, ପୂର୍ବତନ ପୌର ଅଧ୍ୟକ୍ଷ ଆଝାର ଅହମ୍ମଦ ଖାଁ, ଠିକାଦାର ବରକତ ଅଲ୍ଲୀ ଏବଂ ଅବସରପ୍ରାପ୍ତ ସିଓ ଆଲେ ହାସନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନାନୁଯାୟୀ , ଏହି ୪ ଜଣଙ୍କୁ ଆଜି ଦଣ୍ଡ ମିଳିଛି। ଆଜମ ଖାଁ ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ଏହି ସ୍ଥାନରେ ପୂର୍ବରୁ କିଛି ଲୋକଙ୍କ ଘର ନିର୍ମାଣ ହୋଇସାରିଥିଲା। ୨୦୧୬ ମସିହାରେ ଏହା ସରକାରୀ ଜମିରେ ବୋଲି କହି ଏହାକୁ ଭାଙ୍ଗି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡ଼ିତାମାନେ ଲୁଟ ଅଭିଯୋଗ ମଧ୍ୟ କରିଥିଲେ। ୨୦୧୯ରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାମପୁରର ଗଞ୍ଜ ଥାନାରେ ଏହି ମାମଲାରେ ପ୍ରାୟ ଏକ ଡଜନ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା।

Related posts

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

mahabharatanews

୧୨ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ କୋଭୋଭାକ୍ସ ଟିକା

mahabharatanews

‘ଫିଲ୍ମ ‘ଦି କେରଳ ଷ୍ଟୋରି’ଏକ ଚମକପ୍ରଦ’: ଜେ. ପି. ନଡ୍ଡା

mahabharatanews