ଭାରତ

ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହାତ

ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି। ଜମ୍ମୁ ଓ କାଶ୍ମୀର ରାଜୌରୀ ସେନା କ୍ୟାମ୍ପ୍ ଉପରେ ଆକ୍ରମଣ ଉଦ୍ୟମ ବିଫଳ। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି। ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜୋରଦାର ଚାଲିଛି। ଆଜି ଭୋର ସମୟରେ ରାଜୋରୀରେ ଥିବା ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରକୁ ଅତର୍କିତ ଗୁଳିମାଡ କରିଛନ୍ତି ଆତଙ୍କବାଦୀ। ରାଜୋରୀର ଗୋନ୍ଧା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ଜାରି ରହିଛି। ଆତଙ୍କବାଦୀମାନେ ଯେପରି ଖସିନଯିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଗତ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ ଘଟଣାରେ ବୃଦ୍ଧି ଘଟିଛି। ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କୁହାଯାଉଛି। ଏହି କ୍ଷେତ୍ରରେ ଅନୁପ୍ରବେଶ ଘଟଣା ମଧ୍ୟ ବୃଦ୍ଧି ପାଇଛି। ଜମ୍ମୁରେ ଆତଙ୍କବାଦକୁ ଭାଙ୍ଗିବା ପାଇଁ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଅନେକ ବଡ କାର୍ଯ୍ୟ ଆରମ୍ଭ କରିଛନ୍ତି।

Related posts

ବୃନ୍ଦାବନ: ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ

mahabharatanews

ରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଲେ ଅଧୀର

mahabharatanews

ନୂଆବର୍ଷରେ ରିଲିଜ୍ ହୋଇଛି ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର

mahabharatanews