ଓଡିଶା

ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

(ସମ୍ବଲପୁର) : ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିଶୁଭବନ ସହ ଯୋଗାଯୋଗରେ ଥିବା କହିଲେ ଅଧୀକ୍ଷକ। ତେବେ ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଛି । ଶିଶୁକନ୍ୟାଟି ICUରେ ଚିକିତ୍ସାଧୀନ ରହିଛି । ଆଗାମୀ ୫/୭ ଦିନ ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଭୀମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ନେଇ ଭୀମସାର ଅଧୀକ୍ଷକଙ୍କ ସୂଚନା ।

ସୂଚନାନୁଯାୟୀ ,ଶିଶୁକନ୍ୟାର ରକ୍ତସ୍ରାବ ହେଉଥିବା ଅଲଟ୍ରା ସାଉଣ୍ଡରୁ ଜଣାପଡୁଛି । ଦେହ ସାରା ମଧ୍ୟ ଆଘାତ ଲାଗିଛି କହିଲେ ଭୀମସାର ଅଧୀକ୍ଷକ । ୩/୪ ଦିନ ଭିତରେ ଭଲ ହୋଇଯିବ ବୋଲି ଆଶା ରଖିଛୁ । ଶିଶୁଟି ମାତ୍ର ୩୪ ସପ୍ତାହର। ପ୍ରି ମ୍ୟାଚୁଅର ଭାବେ ଜନ୍ମ ନେଇଛି। ତା’ର ଓଜନ ୧ କିଲୋ ୬ ଶହ ଗ୍ରାମ୍ ରହିଛି।  ତା’ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି।

Related posts

ବିଦ୍ୟୁତ ବିଭାଗର ସମୀକ୍ଷା: ଅସୁରକ୍ଷିତ ବିଦ୍ୟୁତ ସରବରାହ ସଜାଡିବାକୁ ନିଷ୍ପତି

mahabharatanews

ଆସନ୍ତାକାଲିଠୁ ଡାକ୍ତରୀ ନାମଲେଖା ପଞ୍ଜିକରଣ 

mahabharatanews

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ରାଜଧାନୀର ଘରୋଇ ହଷ୍ଟେଲ ସିଲ

mahabharatanews