ଓଡିଶା

ବ୍ରହ୍ମପୁରା ଫାର୍ମହାଉସର ଉନ୍ନତିକରଣ ପାଇଁ ବଡମ୍ବା ବିଧାୟକଙ୍କ ସମୀକ୍ଷା

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଜି କଟକ ଜିଲ୍ଲା ନରସିଂହପୁର ବ୍ଲକର ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ବ୍ରହ୍ମପୁରା ଫାର୍ମ ହାଉସର ପରିଦର୍ଶନ କରିଥିଲେ । ଏହାର ଉନ୍ନତିକରଣ ସହ ଏଠାରେ ଅଧିକ ଚାରା ଉତ୍ପାଦନ ପାଇଁ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଫାର୍ମର ଉନ୍ନତି ହେବା ଫଳରେ ଅଧିକ ଚାରା ଉତ୍ପାଦନ ଓ ସ୍ଥାନୀୟ ଅଞ୍ଚଳରେ ଏହାର ବିକ୍ରିକୁ ନେଇ ବିଧାୟକ ସମୀକ୍ଷା କରିଥିଲେ । ଏହି ଫାର୍ମ ହାଉସର ଉନ୍ନତିକରଣ ହେଲେ ବଡମ୍ବା, ବାଙ୍କୀ, ହିନ୍ଦୋଳ, ଗଣିଆ, ଦଶପଲ୍ଲା, ଖଣ୍ଡପଡା ପ୍ରଭୁତି ଅଞ୍ଚଳର ଚାଷୀମାନେ କର୍ମ ନିଯୁକ୍ତି ପାଇପାରିବେ ବୋଲି ବିଧାୟକ କହିଥିଲେ । ଏହି ଆଲୋଚନାରେ ହର୍ଟିକଲଚର ଉପ ନିର୍ଦେଶକ ବୈଷ୍ଣବ ଚରଣ ବାରିକ,ଇଂଜିନିୟର ଆଶୁତୋଷ ବେହେରା, ସହକାରୀ ଅଧିକାରୀ ରାକେଶ ରୋସନ ବେହେରା, ବିଡ଼ିଓ ପ୍ରଶାନ୍ତ କୁମାର ତରାଇ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related posts

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ,ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ,ଓଡ଼ିଶାର ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କା

mahabharatanews

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

mahabharatanews