ଓଡିଶା

ପୁରୀ ରୁ ନବୀନ ନିବାସ ପର୍ୟ୍ୟନ୍ତ ପଦଯାତ୍ରା

(ରଜନୀକାନ୍ତ ପାତ୍ର/ପୁରୀ): ପୁରୀରେ ଥିବା ବଗଲା ଧର୍ମଶାଳା ଜମିର ଜାଗା କୁ ପ୍ଲଟିଂ କରି ଲଜ୍ ମାଲିକଙ୍କୁ ଥଇଥାନ ପ୍ରତିବାଦକୁ ଆହୁରି ଜୋରଦାର କରିବ ପୁରୀ ବିଜେପି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ନିମନ୍ତେ ବିଜେପି ଆରମ୍ଭ କରିବ ପଦଯାତ୍ରା । ଏ ନେଇ ଆସନ୍ତା ଅକ୍ଟୋବର ୨ ତାରିଖରେ ଏକ ପଦଯାତ୍ରା ପୁରୀରୁ ଭୁବନେଶ୍ୱର ନବୀନ ନିବାସ ପର୍ୟ୍ୟନ୍ତ ହେବ। ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଏହି ପଦଯାତ୍ରା ଆରମ୍ଭ ହେବ ନବୀନ ନିବାସ ପର୍ଯ୍ୟନ୍ତ । ବିଜେପିର ମୁଖ୍ୟ ଦାବି ରହିଛି ଯେ, ବଗଲା ଜମି ପୂର୍ବ ଭଳି ଭକ୍ତଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀ କରାଯାଉ । ପୁରୀରେ ହୋଇଥିବା ଏକ ସାମ୍ବାଦିକ ସମିଳନୀରେ ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Related posts

ଗଞ୍ଜାମରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ 

mahabharatanews

ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ବାଇକକୁ ଧକ୍କା ଦେଲା ଟ୍ରକ, ମହିଳା ମୃତ

mahabharatanews

ଜୀ ସାର୍ଥକର ମେଗା ଧାରାବାହିକ “ମଧୁର ସଂସାର”ରେ ହେବାକୁ ଯାଉଛି ମଧୁ ଓ ମାନସଙ୍କର ବାହାଘର

mahabharatanews