ଓଡିଶା

୧୨ କିଲୋ ଓଜନର ବ୍ରଜକାପ୍ତା ଉଦ୍ଧାର

ବିନିକା:ପୁଣି ବ୍ରଜକାପ୍ତା ଉଦ୍ଧାର କଲା ବନବିଭାଗ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗିନ୍ଦ୍ର ଭୋଇଙ୍କ ଘରୁ ବିନିକା ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏନେଇ ବନବିଭାଗ ତଦନ୍ତ ପ୍ରକିୟା ଆରମ୍ଭ କରିଛି । ସୂଚନାଅନୁଯାୟୀ, ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ଉଦ୍ଧାର କରି ନିଜ ଘରକୁ ନେଇଥିଲେ ଓ ସେପଟେ ଏସଂପର୍କରେ ଖବର ପାଇ ବିନିକା ଓ ରାମପୁର ଫରେଷ୍ଟର ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି ଓ ଏବେ ବିନିକା ବନ କାର୍ୟ୍ୟାଳୟରେ ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବରେ ରଖାଯାଇଛି । ବଜ୍ରକାପ୍ତାର ଲମ୍ବ ଏକ ମିଟର ରହିଥିବା ବେଳେ ଓଜନ ୧୨ କିଲୋଗ୍ରାମ ରହିଛି। ଚନ୍ଦଲି ନିକଟରେ ଥିବା ଅଡାକଶା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।

Related posts

୧୧ରେ ନାଏବ ସରପଞ୍ଚ ଲଢ଼େଇ

mahabharatanews

ଗଣଦୁଷ୍କର୍ମ ମାମଲାକୁ ନେଇ ପାରାଦୀପ ରାଜନୀତି ଉଷ୍ମ

mahabharatanews

ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ 

mahabharatanews