ନୟାଗଡ଼: ନୟାଗଡରେ ପାର୍କ, ତାହା ପୁଣି ବିଶ୍ୱସ୍ତରର । କଥାଟା ଅଡୁଆ ଲାଗିଲେ ମଧ୍ୟ ସତ । ନୟାଗଡରେ ବିଶ୍ୱସ୍ତରୀୟ ପାର୍କ ସ୍ଥାପନ ପାଇଁ ନୟାଗଡ ବିଧାୟକ ତଥା ଦୁଇ ଦୁଇଟି ପ୍ରମୁଖ ବିଭାଗର ଦାୟିତ୍ୱ ନେଇଥିବା ମନ୍ତ୍ରୀ ଅରୁଣ ସାହୁ ଅଣ୍ଟା ଭିଡିଛନ୍ତି । ବଲାଙ୍ଗୀ ବନ୍ଧ ପାର୍କରେ ସୁଇମିଂ ପୁଲ, ରୋପ ୱେ ପରି ଅତ୍ୟାଧୁନିକ ଆମୋଦପୂର୍ଣ୍ଣ ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ପାର୍କର କାମ ମଧ୍ୟ ଫୁଲ ଦମରେ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଲକଡାଉନ ମନ୍ତ୍ରୀଙ୍କ ଧର୍ଯ୍ୟର ପରୀକ୍ଷା ନେବାକୁ ଆସିଲା । ପାର୍କ କାମ ବନ୍ଦ ହୋଇ ଗଲା ।
ଲକଡାଉନ ପାଇଁ ମନମାରି ବସିଥିବା ଅରୁଣ ବାବୁ ଏବେ ପାର୍କ କାମକୁ ନେଇ ପୁଣି ଉତ୍ସାହିତ ହୋଇଉଠିଛନ୍ତି । ୪ର୍ଥ ଲକଡାଉନରେ ଆସିଥିବା କୋହଳ ପରେ ପାର୍କ କାମ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ମନ୍ତ୍ରୀ ସାହୁ ପ୍ରତ୍ୟେକ କାର୍ୟ୍ୟକୁ ଟିକିନିଖି ନିରୀକ୍ଷଣ କରିବା ସହ ବିଭିନ୍ନ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ସମୟରେ କାର୍ୟ୍ୟର ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଆଜି ସକାଳୁ ସକାଳୁ ମନ୍ତ୍ରୀ ପହଁଚିଥିଲେ ନିର୍ମାଣସ୍ଥଳୀରେ । କାମର ଅଗ୍ରଗତିର ତଦାରଖ କରିବାକୁ । ନିର୍ମାଣକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଯଥାସମ୍ଭବ ପାର୍କ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତାଗିଦ କରିଛନ୍ତି ।
previous post