ଓଡିଶା

ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

(ଭୁବନେଶ୍ୱର) : ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଆଜି ହେଉଛ ଅଷ୍ଟମ ଦିନ । ଏହାରି ମଧ୍ୟରେ ଲକ୍ଷାଧିକ ପର୍ଯ୍ୟଟଙ୍କ ମନ ମୋହୁଛି ବାଲିଯାତ୍ରା  । ଜଣ ସମାଗମକୁ ଦୃଷ୍ଟି ରେ ରଖି ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି   ଐତିହାସିକ  ବାଲିଯାତ୍ରା  କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ  ଆବଶ୍ୟକ  ପଦକ୍ଷେପ  ନେବା ପାଇଁ ମୁଖ୍ୟମନ୍ତ୍ରୀ  ଜିଲ୍ଲା  ପ୍ରଶାସନ  କୁ ନିର୍ଦ୍ଦେଶ  ଦେଇଛନ୍ତି।

ସୂଚନାନୁଯାୟୀ , ଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି। କାର୍ତ୍ତିକ ପୂର୍ଣିମା  ରୁ  ଆରମ୍ଭ  ହୋଇଥିବା  ବାଲିଯାତ୍ରା  ଆଜି  ଶେଷ  ହେବାର  ଥିଲା ।  ଏହି ଖବର ପରେ ରାଜ୍ୟରେ ଖୁସିର ମହାଅଲ ଖେଳିଯାଇଛି ।

Related posts

ବିଜିଗୋଳରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦ୍ ଯାପିତ

mahabharatanews

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

mahabharatanews

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ

mahabharatanews