ଓଡିଶା

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ଶ୍ରୀନହରରେ ସୁନିଆଁ ପର୍ବ

(ପୁରୀ) : ଆଜି ଶ୍ରୀମନ୍ଦିରରେ ପାଳିତ ହେବ ବାମନ ଜନ୍ମ ନୀତି । ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହୁଏ ଏହି ନୀତି । ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପହର ଧୂପ ପରେ ପାଳିତ ହୋଇଥାଏ । ତେବେ ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି ।

ସୂଚନାନୁଯାୟୀ , ଆଜି ଗଜପତିଙ୍କ ଶ୍ରୀନହରରେ ମଧ୍ୟ ସୁନିଆଁ ପର୍ବ ଅନୁଷ୍ଠିତ ହେବ।  ଆଜିଠାରୁ ଏହି ଅଙ୍କ ଜାତକ ଓ ପାଞ୍ଜି ଗଣନାରେ ବ୍ୟବହାର କରାଯିବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବିଶେଷ ପୂଜାର୍ଚ୍ଚନା ।  ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି। ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିବେ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ ପ୍ରଚଳନ କରାଯିବାର ପରମ୍ପରା ରହିଛି ।

Related posts

ଭୁଲ ବା ଖରାପ ଅଭ୍ୟାସ କାରଣରୁ ର୍ଦୁଭାଗ୍ୟ ଓ ଆର୍ଥିକ ସମସ୍ୟା ଆମ ପିଛା ଛାଡି ନଥାଏ

mahabharatanews

ନ୍ୟାୟରୁ ବଞ୍ଚିତ ଦମ୍ପତିଙ୍କ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ

mahabharatanews

କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତେବାସୀଙ୍କ ରାସ୍ତାରୋକ

mahabharatanews