ଓଡିଶା

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ । ଏହାରି ମଧ୍ୟରେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୪  ଜଣ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲାରେ ମୋଟ୍ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ସଂଖ୍ୟା ୨୪୪  କୁ ବୃଦ୍ଧି ହୋଇଛି । ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ ନେଇ CDMOଙ୍କ ସୂଚନା ମିଳିଛି ।

ସୂଚନାନୁଯାୟୀ ,  ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଥିବା ସୂଚନା ମିଳିଛି l

Related posts

ଆଜି ରଥଯାତ୍ରା ଦେଖିବେ ଶ୍ରୀ ବୈଷ୍ଣବ

mahabharatanews

ପାଣି ଟାଙ୍କି ଉଦଘାଟନକୁ ନେଇ ସାନଖେମୁଣ୍ଡି ବିଧାୟକ ଓ ବ୍ଲକ୍ ପ୍ରଶାସନ ମୁହାଁମୁହିଁ

mahabharatanews

ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ୪ ଜଣ ଉଦ୍ଧାର ୧ ନିଖୋଜ

mahabharatanews