(ରାଉଲକେଲା) : ଏଣିକି ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇପାରିବେ ରାଉରକେଲା । ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି ଟ୍ରେନ୍ ରହିଥିଲା ।
ସୂଚନାନୁଯାୟୀ ,ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆଜି କରାଯାଇଛି । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରିଥିବା ବେଳେ ଦିନ ୧୨ଟା ୩୦ରେ ତାଳଚେର ଟ୍ରେନ୍ ପହଁଞ୍ଚିଥିଲା । ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହା କେତେ ଯଦି କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।