ଅପରାଧ

 ବ୍ୟାଙ୍କରୁ ୧୨ କୋଟି ଲୁଟ

କଟକ: ଗୁରୁବାର ସକାଳୁ କଟକରେ ଏକ ବଡଧରଣର ବ୍ୟାଙ୍କ ଡକାୟତି । ବନ୍ଧୁକ ମୁନରେ ଲୁଟେରା ବ୍ୟାଙ୍କରୁ ୧୨ କୋଟି ନେବାରେ ସକ୍ଷମ ହୋଇଛନ୍ତି । ବ୍ୟାଙ୍କ ଖୋଲୁ ଖୋଲୁ କଟକର ନୟାସଡ଼କ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ୧୨ କୋଟି ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହି ଲୁଟ୍‌ ଘଟଣାରେ ୪ଜଣ ଲୁଟେରା ସାମିଲ ଥିବା ସୂଚନା ମିଳିଛି । ଖବର ପାଇ ସ୍ଥାନୀୟ ପୋଲିସ ଓ କଟକ ଡିସିପି ସେଠାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

କଟକର ନୟାସଡକସ୍ଥିତ ଆଇଆଇଏଫଏଲ ବ୍ୟାଙ୍କ ସକାଳ ୯.୪୫ରେ ଖୋଲିଥିଲା । ବ୍ୟାଙ୍କ ଖୋଲିବାର ଅଳ୍ପ ସମୟ ମଧ୍ୟରେ ବ୍ୟାଙ୍କ ଭିତରୁ ୪ ଶସସ୍ତ୍ର ଲୁଟେରା ପ୍ରବେଶ କରି ବନ୍ଧୁ ଦେଖାଇ ବ୍ୟାଙ୍କରେ କଳା କନା ବୁଲାଇ ଦେଇଥିଲେ । ଘଟଣାସ୍ଥଳରେ କଟକ ଡିସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ ଆଧାରରେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚୁରା କରାଯାଉଛି।

 

Related posts

ସାମ୍ନାକୁ ଆସିଲା ସୌମ୍ୟଙ୍କ ମନର କଥା

mahabharatanews

ଜେଲରେ ଶିବ ହୋଇଯାଇଛି ପାଗଳ !

mahabharatanews

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews