ଓଡିଶାଖେଳଦେଶ ବିଦେଶ

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । କଡା ସୁରକ୍ଷା ବଳୟ ଭିତରେ ରହିବ ଷ୍ଟାଡିଅମ ।ନିୟୋଜିତ ହେବେ ୪୦ ପ୍ଲାଟୁନ ଫୋର୍ସ । ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍‌ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍‌ସ୍ପେକ୍ଟର ୪୦ ଜଣ, ଏସ୍‌ଆଇ ଓ ଏଏସ୍‌ଆଇ ୧୫୦ ଜଣ ନିୟୋଜିତ ହେବେ । ଏଥିପାଇଁ କମିସନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ।

Cricket: IIT Experts Inspect Gallery Safety At Barabati Stadium Ahead Of  IND-SA T20

ଆସନ୍ତା ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ୮ ତାରିଖ ଅପରାହ୍ଣରେ ବାରବାଟୀରେ ଅଭ୍ୟାସ କରିବେ । ତେଣୁ ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବାଠାରୁ ହୋଟେଲ୍‌ରେ ରହିବା, ହୋଟେଲ୍‌ରୁ ବାରବାଟୀ ଯିବା ଓ ଫେରିବା ସମୟରେ ସୁରକ୍ଷା ବ୍ୟବସ୍ଥା ସହ ଏହି ଟି-୨୦ ମ୍ୟାଚ୍‌କୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି   ।

Odisha DGP Inspects Security Measures Ahead Of Barabati ODI

Related posts

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ

mahabharatanews

କ୍ଷେପଣାସ୍ତ୍ର ‘ସାଗରିକା’ର ସଫଳ ପରୀକ୍ଷଣ

mahabharatanews

ୟୁପିଏସସି କୋଚିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

mahabharatanews