ଓଡିଶା

ପୁଣି ସତ୍ୟବାଦୀ ବ୍ଲକରେ ୫ଜଣ କରୋନା ପଜିଟିଭ

(ଜୟନ୍ତ ସେଠି/ଗୋପ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଦାଶଵିଦ୍ୟାଧରପୁର ପଞ୍ଚାଯତ ଅନ୍ତର୍ଗତ ଭୀମପୁର ସାମିଲ ପକ୍ଷୀମୁଣ୍ଡା ଗ୍ରାମରେ ଦୁଇଟି କୋଭିଡ ୧୯ ରୋଗୀ ଚିହ୍ନଟ ହୋଇଥିବାରୁ ଭୀମପୁର ଛକ ଏବଂ ପକ୍ଷି ମୁଣ୍ଡା ଛକ ଦକ୍ଷିଣ ପଟକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ସେହି ବ୍ଲକର ମହୁରା ପଂଚାୟତ ଅନ୍ତର୍ଗତ ଡାଁଗୁରା ଗ୍ରାମରେ ୨ଟି ପଜିଟିଭ ବାହାରି ଥିବାରୁ ଡାଁଗୁରା ଗାଁ ଛକ ଓ ଅଳିକିଆ ଗାଁ ଛକ ସୀମା ମଧ୍ୟରେ ଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ସତ୍ୟବାଦୀ ବ୍ଲକର ଜୟପୁର ପଂଚାୟତର ଜୟପୁର ଗ୍ରାମ ସାମିଲ ମହାମାୟା ସାହିରେ ଗୋଟିଏ ପଜିଟିଭ ବାହାରି ଥିବାରୁ ସେଠାର ମହାମାୟା ମନ୍ଦିର ଛକ , ଦୋଳବେଦି ଛକ , ଗ୍ରାମ ପଞ୍ଚଯାତ କାର୍ୟ୍ୟାଳୟ ଛକ ଏବଂ କେନାଲ ରୋଡ଼ ପାଖ ବଜାର ପରିସୀମା ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Related posts

ଜାତୀୟ ରାଜପଥ ପାଇଁ ୧୫୩୯ କୋଟି ଟଙ୍କା…

mahabharatanews

ଜନଶୁଣାଣୀକୁ ବିରୋଧ, କୋରୋନାକୁ ନିମନ୍ତ୍ରଣ କରିପାରେ

mahabharatanews

 ପ୍ରବଳ ବର୍ଷାର ମୁକାବିଲା ପାଇଁ ସତର୍କ

mahabharatanews