ଓଡିଶା

ବରଗଡ଼ ପୋଲିସକୁ ବଡ଼ ସଫଳତା, ଧରା ପଡିଲେ ଲୁଟେରା ଗ୍ୟାଙ୍ଗ

(ଚିତ୍ତରଞ୍ଜନ ସାହୁ/ବରଗଡ଼): ବରଗଡ଼ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲା ଚୋରି, ଲୁଟ୍ ପରି ଆତଙ୍କ ଖେଳାଇଥିବା ଏକ ଡକାୟତ୍ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ପୋଲିସ୍ ଉକ୍ତ ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବରଗଡ଼ ଡ୍ୟାମ କଲୋନୀର ମଗଶିର ମହାନନ୍ଦ, ରାଜା ହାତୀ ଓରଫ ଗୋଲୁ, ପ୍ରଧାନପାଲିର କିଶୋର ମେହେର, ରୋହିତ ମେହେର ଏବଂ ବିଜେ ବାଗ । ସେମାନଙ୍କଠାରୁ ୪ଟି ଚାରି ଚକିଆ ଗାଡ଼ି, ଗୋଟିଏ ସୁନା ଚେନ, ୧୮ଟି ମୋବାଇଲ, ୨ଟି ବାଇକ, ୨ଟି ଛୁରି, ନଗଦ ୪୮୦୦ ଟଙ୍କା ଆଦି ଜବତ ହୋଇଛି । ଏନେଇ ଗୁରୁବାର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ପଦ୍ମିନୀ ସାହୁ ଏହି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ, ସବ ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଶୀତ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ

mahabharatanews

ମନେପଡନ୍ତି ଉତ୍କଳମଣୀ

mahabharatanews

କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି ,ଗୃହ ଜିଲାରେ ପୋଷ୍ଟିଂକୁ ନା

mahabharatanews