Uncategorized

ଟିଆରପି ସ୍କାମ: ବାର୍କର ପୂର୍ବତନ ସିଇଓ ପାର୍ଥ ଦାସ୍ତଗୁପ୍ତା ଗିରଫ

ମୁମ୍ବାଇ: ମୁମ୍ବାଇ ପୁଲିସ ଗୁରୁବାର ଟିଭି ରେଟିଂ ପଏଣ୍ଟ (ଟିଆରପି) ସ୍କାମରେ ବାର୍କର ପୂର୍ବତନ ସିଇଓ ପାର୍ଥ ଦାସ୍ତଗୁପ୍ତାଙ୍କୁ ରାଇଗଡ଼ରୁ ଗିରଫ କରିଛି। ଏହି ସ୍କାମରେ ମୁମ୍ବାଇ ପୁଲିସ୍‌ ୧୫ ଜଣଙ୍କୁ ଗିରଫ କରି ସାରିଲାଣିଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଗତ ସପ୍ତାହରେ ବାର୍କର ପୂର୍ବତନ ସିଓଓ ରୋମିଲ ରାମଗଡ଼ିଆଙ୍କୁ ମଧ୍ୟ ପୁଲିସ ମୁମ୍ବାଇରୁ ଗିରଫ କରିଥିଲା। ଏହି ସ୍କାମରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ମଧ୍ୟ ରହିଛି ।
ରୋମିଲ କିଛି ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲକୁ ସେମାନଙ୍କ ଟିଆରପି ବୃଦ୍ଧି କରି ଦେଖାଇବା ପାଇଁ ଗୁପ୍ତ ତଥ୍ୟ ଓ ସୂଚନା ଦେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତକାରୀ ଅଧିକାରୀମାନେ ରୋମିଲ ଓ ଏଆରଜି ଆଉଟଲିୟର ମେଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଏବଂ ସିଇଓଙ୍କ ମଧ୍ୟରେ ହୋଇଥିବା ଟିଆରପି ସ୍କାମ ସମ୍ପର୍କିତ ହ୍ୱାଟସଆପ୍‌ ଚ୍ୟାଟ୍‌ ମଧ୍ୟ ଠାବ କରିଛନ୍ତି।
ଆଉଟଲିୟର ମେଡିଆ ପ୍ରାଇଭେଟ ଲିମିଟେଡର ମାଲିକାନାରେ ରିପବ୍ଲିକ ମିଡିଆ ନେଟୱର୍କ ରହିଛି। ଗତ ମାସରେ ପୁଲିସ୍‌ ଏହାର ସିଇଓ ବିକାଶ ଖାନଚନ୍ଦାନୀ ଓ ରିପବ୍ଲିକ ନେଟୱର୍କର ବିତରଣ ମୁଖ୍ୟ ଘନଶ୍ୟାମ ସିଂହଙ୍କୁ ଗିରଫ କରିଥିଲା। ତେବେ ଖାନଚନ୍ଦାନୀ ଜାମିନରେ ବାହାରିଛନ୍ତି ।

Related posts

ରମଜାନର ଶେଷ ୫ ଦିନ ୨୪ ଘଣ୍ଟିଆ କଫ୍ୟୁ ଜାରିକରିବ ସାଉଦି ଆରବ

mahabharatanews

୭ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

mahabharatanews

ଲାଇବ୍ରେରୀ ଭିଡିଓର ଯାଞ୍ଚ ହେବ: ଦିଲ୍ଲୀ ପୁଲିସ

mahabharatanews