ଓଡିଶା

ବସନ୍ତ ପଞ୍ଚମୀ ଉପଲକ୍ଷେ ବାଲୁକା ଶିଳ୍ପୀ ବିଦ୍ୟାଦାତ୍ରୀଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବସନ୍ତ ପଞ୍ଚମୀ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି । ମା ସରସ୍ବତୀ ବାଲୁକା କଳାରେ ଆଗମନ ହୋଇ ସାରା ପୃଥିବି ବାସୀଙ୍କୁ ଶାନ୍ତି ର ବାର୍ତ୍ତା ଦେବାର ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ । ବିଦ୍ୟାଧାତ୍ରୀ ଦେବୀ ମା ସରସ୍ବତୀ ସମସ୍ତ ଙ୍କ ଜୀବନ ରେ ସୁଖ, ଶାନ୍ତି ଏବଂ ଐଶ୍ୱର୍ୟ୍ୟ ରେ ପରିପୂର୍ଣ କରନ୍ତୁ । ବସନ୍ତ ଋତୁ ର ଆଗମନ ରେ ଧରିତ୍ରୀ ମାତା ସବୁଜିମା ରେ ପରିପୂର୍ଣ ହୋଇଯାଏ ଏହାକୁ ସ୍ୱାଗତ କରିଛନ୍ତି ବାଲୁକା କଳା ମାଧ୍ୟମ ରେ । ଏହି ବାଲୁକା କଳା ଟି ୨୦ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୦ଟନ ବାଲି ଉପଯୋଗ କରାଯାଇଛି ଏହା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ ହାପି ବସନ୍ତ ପଞ୍ଚିମର ବାତ୍ତା ଦେଇଛନ୍ତି ।

 

Related posts

୭୦ବର୍ଷ ପୁରୁଣା ହ୍ରଦ

mahabharatanews

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ସମବାୟ ଭବନ କୋଠା ଉଦଘାଟିତ

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews