ଖେଳ

ମହିଳା ପ୍ରିମିୟର ଲିଗର ହେଲା ଟିମ୍ ଘୋଷଣା

ମୁମ୍ବାଇ : ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମୀରେ ଅଦାନୀ ଗ୍ରୁପ୍ ୧୨୮୯ କୋଟି ଟଙ୍କା ସହ ସର୍ବାଧିକ ବିନିମୟରେ ଅହମ୍ମଦାବାଦ ଟିମକୁ କିଣିଛି । ମୁମ୍ବାଇ ଟିମକୁ ଇଣ୍ଡିଆବିନ୍ ସ୍ପୋର୍ଟ୍ସ ପ୍ରାଇଭେଟ ଲିମିଟେଡ ୯୧୨.୯୯ କୋଟି ଟଙ୍କାରେ କିଣିଛି । ସେହିପରି ବେଙ୍ଗାଲୋର ଟିମକୁ ରୟାର୍ଲସ ଚ୍ୟାଲେଞ୍ଜର୍ସ ସ୍ପେର୍ଟ୍ସ ୯୦୧ କୋଟି ଟଙ୍କାରେ କିଣିଛି ।

ଦିଲ୍ଲୀ ଟିମକୁ ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ ୮୧୦ କୋଟି ଟଙ୍କାରେ କିଣିଛି । ଲକ୍ଷ୍ନୌ ଟିମକୁ କେପ୍ରି ଗ୍ଲୋବାଲ ହୋଲଡିଂସ୍ ୭୫୭ କୋଟି ଟଙ୍କାରେ କିଣିଛି । ପୁରୁଷ ଆଇପିଏଲ କ୍ରିକେଟ ମ୍ୟାଚର ଲୋକପ୍ରିୟତାକୁ ନଜରରେ ରଖି ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ । ଗତ ସପ୍ତାହରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା । ମହିଳା ଆଇପିଏଲ ଆରମ୍ଭ ହେବା ଦ୍ବାରା ବିଶ୍ବ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା କହିଛନ୍ତି ।

Related posts

୧୫,୩୦୦ କୋଟି ଟଙ୍କା ବିନିମୟରେ ବିକ୍ରିହେଲା ରାଜସ୍ଥାନ ରୟାଲ୍ସ

mahabharatanews

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

mahabharatanews

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

mahabharatanews