ଓଡିଶା

ଅଭିନବ ରୂପରେ ବିବାହ ବାର୍ଷିକୀ ପାଳିଲେ ରାଳବ ଗ୍ରାମର ବାଉରୀ ବନ୍ଧୁ ଦଳାଇ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ଭାଗବତ ରେ କୁହାଯାଇଛି (ମାନବ ସେବା ହିଁ ମାଧବ ସେବା)। ଜୀବନକୁ ସଫଳ ରୂପାୟନ କରିବା ପାଇଁ ମାନବ ସଭ୍ୟତା ଅହରହ ପ୍ରୟାସ କରିଥାଏ। କିଛି ବ୍ୟକ୍ତିତ୍ଵ ନିଜ ବ୍ୟକ୍ତିଗତ ଜୀବନରେ ଖୁସିର ଆଲୋଡନ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ବେଳେ, ଆଉ କିଛି ବ୍ୟକ୍ତିତ୍ଵ ସମାଜର ପ୍ରତିଟି ବର୍ଗଙ୍କ ନିକଟରେ ଖୁସିର ଲହରୀ ଖେଳାଇବା ପାଇଁ ଉଦ୍ୟମ କରିଥାନ୍ତି। ଓଡ଼ିଆରେ ଗୋଟିଏ ଉକ୍ତି ଅଛି,”ମର୍ତ୍ତ୍ୟେ ମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ।” ତେଣୁ ଏହି ଦୁର୍ଲଭ ମନୁଷ୍ୟ ଜୀବନର ମୂଲ୍ୟବୋଧ କୁ ଉପଯୁକ୍ତ ଭାବେ ସମ୍ପାଦନା କରିବା ପାଇଁ ସମସ୍ତେ ଯତ୍ କିଞ୍ଚିତ ପ୍ରୟାସ କରିଥାନ୍ତି। ଏହି କ୍ରମରେ ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମର ବାଉରୀ ବନ୍ଧୁ ଦଳାଇ ଭାଇ ନିଜର ଦ୍ଵିତୀୟ ବିବାହ ବାର୍ଷିକୀ କୁ ଅନ୍ୟମାନଙ୍କ ଭଳି ଆଡମ୍ବର ସହକାରେ ପାଳନ ନ କରି ଦୁଃଖି ଅରକ୍ଷିତ ଙ୍କ ସେବାରେ ନିଜ ଖୁସିକୁ ସାଉଁଟିବା ପାଇଁ ପ୍ରୟାସ କରିଛନ୍ତି।ସେ ଜନତା ଜନାର୍ଦ୍ଦନ ଙ୍କ ଆଶିଷ କୁ ପାଥେୟ କରି ବୁଗୁଡ଼ା ନିକଟସ୍ଥ ଆଦିପୁର ରେ ଅବସ୍ଥିତ ଦିବ୍ୟ ଦର୍ଶନ ଜରାଶ୍ରମ୍ ରେ ଅନ୍ତେବାସୀଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଶୁଖିଲା ଖାଦ୍ୟ ବିପଦର ବନ୍ଧୁ ଓଡ଼ିଶା ସଂଗଠନର ସଦସ୍ୟ ମାନଙ୍କ ସହାୟତାରେ ବଣ୍ଟନ କରିବା ସହିତ ବିପଦର ବନ୍ଧୁ ଓଡ଼ିଶା ସଂଗଠନ କୁ କିଛି ଆର୍ଥିକ ପ୍ରଦାନ କରି ନିଆରା ଢଙ୍ଗରେ ନିଜ ବିବାହ ବାର୍ଷିକୀ କୁ ପାଳନ କରିଛନ୍ତି। ତାଙ୍କର ଏହିଭଳି ମହାନତା ପାଇଁ ଆଜି ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ତରଫରୁ ତାଙ୍କୁ ଅଜସ୍ର କୃତଜ୍ଞତା ଜ୍ଞାପନ ସହ ଆଗାମୀ ଦାମ୍ପତ୍ୟ ଜୀବନ ସୁଖମୟ ଓ ସମୃଦ୍ଧମୟ ହେଉ,ଏହା ହିଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛୁ।

Related posts

ପାଟଣା ସିଡିପିଓଙ୍କ ମନମାନି କାର୍ୟ୍ୟକୁ ନେଇ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡି କର୍ମୀ

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼

mahabharatanews

ଜରାଜୀର୍ଣ୍ଣ ସ୍ଥାପତ୍ୟରେ ପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱର

mahabharatanews