ବରଗଡ଼/ ଚିତ୍ତରଞ୍ଜନ ସାହୁ: ଲକ ଡାଉନ ପରେ ଦାଦନ ପରିବାରର ଘରକୁ ଫେରିବାର ଦୁଃଖ ବଢ଼ିବାରେ ଲାଗିଛି। ବିଶେଷ କରି ବାହାର ଜ଼ିଲ୍ଲାରୁ ପ୍ରବାସୀ ଶ୍ରମିକ ଫେରିବାରେ ଲାଗିଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ସୁଦୂର ଭଞ୍ଜନଗର ଗଞ୍ଜାମ ଜ଼ିଲ୍ଲାରୁ ଫେରୁଥିବା ପାଇକମାଳ ବ୍ଲକ ଅନ୍ତର୍ଗତ କାନ୍ସଡା ପଂଚାୟତର ଶ୍ରମିକମାନେ ସେଠାକାର ପ୍ରଶାସନ ସହାୟତାରେ ବରପାଲି ଯାଏ ପହଞ୍ଚି ଥିଲେ । ହେଲେ ଆଗକୁ ଯାଇ ପାରିନ ଥିଲେ । ଯେହେତୁ ବରପାଲିରୁ ପାଇକମାଳ ପ୍ରାୟ ୧୨୦ କିଲୋମିଟର ଦୂରତା ଅଟେ । ଲକ ଡାଉନ ଫଳରେ ସେମାନେ ସକାଳୁ ଚାଲି ଚାଲି ପାଖାପାଖି ୩୫ କିମି ଅତିକ୍ରମ କଲା ପରେ ରାସ୍ତାରେ ସେମାନଙ୍କୁ ଏମ ଶ୍ରୀଗୀଡାର ଦୁଇ ସ୍ୱେଚ୍ଛାସେବୀ ଅର୍ଜୁନ ସାହୁ ଓ ତାଙ୍କ ସାଙ୍ଗ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଦେଇଥିଲେ ଓ ସ୍ୱେଚ୍ଛାସେବୀ ଦ୍ୱୟ ବିଜେପୁର ବିଡ଼ିଓ ପଦ୍ମନାଭ ସାମନ୍ତରାୟଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ଏହା ପରେ ବିଡ଼ିଓ ଶ୍ରୀ ସାମନ୍ତରାୟ ସେହି ସ୍ଥାନକୁ ଆସି ସେମାନଙ୍କୁ ସେମାନଙ୍କ ଗ୍ରାମ କାନ୍ସଡାକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଅସହାୟ ମାନଙ୍କୁ ସାହାଯ୍ୟ କରିଥିବାରୁ ବିଡ଼ିଓ ସାମନ୍ତରାୟ ଓ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଏମଶ୍ରୀଗିଡ଼ା ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି ।
previous post