ଓଡିଶା

ଗାଁରେ ମାତିଛି ଜଙ୍ଗଲି ଭାଲୁ, ଲୋକେ ଆତଙ୍କିତ

(ଜ୍ୟୋତିରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅଧିନସ୍ଥ ସାମଳମଳିହା ଗାଁରେ ଭାଲୁ ଆତଙ୍କ ଦେଖା ଦେଇଛି । ରବିବାର ସନ୍ଧ୍ୟାରେ ଏକ ଜଙ୍ଗଲି ଭାଲୁ ଗାଁ ଭିତରକୁ ପସି ଆସିଥିଲା । ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା। ଭାଲୁଟି ପସି ଆସି କିଛି ଗାଁ ଲୋକଙ୍କୁ ଗୋଡାଇ ଥିଲା । ଫଳରେ ଭୟରେ ଲୋକେ ଛତ୍ରଭଙ୍ଗ ଦେଇ ନିଜ ନିଜ ଘରେ ଲୁଚି ଯାଇଥିଲେ । ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି ଘଟଣାସ୍ଥଳରେ ପହଞ୍ଚି ନଥିଲେ । ପରେ ଗାଁର କିଛି ଯୁବକ ସାହସ ବାନ୍ଧି ପାଟିତୁଣ୍ଡ କରି ଭାଲୁକୁ ଘଉଡାଇଥିଲେ । ଫଳରେ ଭାଲୁଟି ଏକ ଆମ୍ବ ତୋଟା ଭିତରେ ପସିଯାଇଛି । ଏବେ ସୁଦ୍ଧା ଭାଲୁଟି ଜଙ୍ଗଲ ଭିତରକୁ ଯାଇ ନଥିବାରୁ ଗାଁ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମନେ କରୁନଥିବା ଜଣାଯାଇଛି । ଜଙ୍ଗଲି ଭାଲୁଟି ଗାଁ ଭିତରକୁ ଅଚାନକ ପସି ଆସିବାରୁ ଗାଁରେ ଭୟର ବାତାବରଣ ଖେଳି ଯାଇଛି ।

Related posts

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ

mahabharatanews

ପରୀ ହତ୍ୟାକାରୀକୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

mahabharatanews

ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଲେ ପ୍ରଭାତ ସିଂହ

mahabharatanews