ଖେଳ

ଷ୍ଟାଡିୟମ ଭିତରେ ପଶିଲା ଭାଲୁ

ଟୋକିଓ(ମହାଭାରତ): ଆଉ ମାତ୍ର କିଛିଟା ଘଣ୍ଟାର ଅପେକ୍ଷା । କିଛି ସମୟ ପରେ ବାଜିବ ଟୋକିଓ ଅଲିମ୍ପିକର ବିଗୁଲ । ତେବେ ଅଲିମ୍ପିକର ମାତ୍ର କିଛି ସମୟ ପୂର୍ବରୁ ଏକ ମଜାକିଆ ଖବର ସାମନାକୁ ଆସିଛି । କୋରୋନା ମହାମାରୀ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳି ନାହିଁ । କିନ୍ତୁ ଏଠାକୁ ଏକ ବଡ କଳା ଭାଲୁ ପଶି ଜଣାଯାଇଛି । ଜାପାନ ଓ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ସଫ୍ଟବଲ ମ୍ୟାଚ୍ ପୂର୍ବରୁ ଫୁକୁଶିମା ଅଜୁମା ବେସବଲ୍ ଷ୍ଟାଡିୟମରେ ପ୍ରବେଶ କରିଛି ଏକ ଭାଲୁ । ଏହା ଏକ ବଡ ଏସିଆନ କଳା ଭାଲୁ ବୋଲି ସ୍ଥାନୀୟ ମିଡିଆ ସୂଚନା ଦେଇଛି । ତେବେ ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଭାଲୁ ପଶିଯାଇଥିବା ଘଟଣା ଭାଇରାଲ ହେବା ପରେ ଏ ନେଇ ଅଲିମ୍ପିକର ଅନେକ ସଦସ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ତେବେ ପରେ ସେହି ଭାଲୁକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତେ୍ୱ ଭାଲୁ ମିଳିନଥିବା କୁହାଯାଇଛି ।

Related posts

ତୃତୀୟ ଦିନରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍

mahabharatanews

ଆଇପିଏଲ ୨୦୨୬ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ରୁ ଖେଳିବେନି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା !

mahabharatanews

ଏସିଆ ଟି-୨୦ ମ୍ୟାଚ୍ ୨୦୨୨

mahabharatanews