ଭାରତ

ପାକିସ୍ତାନରେ ନିର୍ବାଚନ:  ବିସ୍ଫୋରଣରେ ୧୦ ପୋଲିସ କର୍ମଚାରୀ ମୃତ

(ପାକିସ୍ତାନ) :ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ କରୁଛନ୍ତି ଏବଂ ବର୍ତ୍ତମାନ ବାଲୁଚିସ୍ତାନର ନୁଶ୍କି ଜିଲ୍ଲା ଅନ୍ତର୍ଗତ ପାକିସ୍ତାନ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ଘଟିଛି।

ଅନ୍ୟପକ୍ଷରେ, ଇସମାଇଲ ଖାନ ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ସକାଳ ପ୍ରାୟ ୩ଟାରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ସେହିପରି ସମସ୍ତ ଆହତମାନଙ୍କୁ DHQ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବାଲୁଚିସ୍ତାନ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ଗତ ସପ୍ତାହରେ କରାଚିରେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ମଧ୍ୟ ଏକ ବୋମା ବିସ୍ଫୋରଣ ହୋଇଥିଲା।  ତେବେ ନିର୍ବାଚନ ପୂର୍ବରୁ ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉଛି । ଖାସ୍ କରି ପୋଲିସ ଷ୍ଟେସନ୍ ଏବଂ ରାଜନୈତିକ ଅନୁଷ୍ଠାନକୁ ଟାର୍ଗେଟ୍ କରାଯାଉଛି ।

Related posts

ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

mahabharatanews

ନୂଆ ଦଳ ଘୋଷଣା କଲେ ସ୍ୱାମୀ ପ୍ରସାଦ 

mahabharatanews

ଡେଙ୍ଗୁର ନୂଆ ଭାରିଆଣ୍ଟ ଡି୨ ଘାତକ ସାବ୍ୟସ୍ତ ହେଉଛି

mahabharatanews