ଭାରତ

ଇ-ମେଲ୍ ଆଇଡିକୁ ମିଳିବ ବ୍ଲୁ ଟିକ୍

ନୂଆ ଦିଲ୍ଲୀ: ଏବେ ଇ-ମେଲ୍ ସେବା ଜି-ମେଲ ଆଇଡିକୁ ମିଳିବ ବ୍ଲୁ ଟିକ୍ । କେବଳ ଅସଲି ଆକାଉଣ୍ଟଗୁଡିକୁ ମିଳିବ ବ୍ଲୁ ଟିକ । ଯାହା ଫଳରେ ଅସଲି ଓ ନକଲି ଆକାଉଣ୍ଟଗୁଡିକ ସହଜରେ ଜଣାପଡିଯିବ । ଖୁବ ଶୀଘ୍ର ଗୁଗୁଲ ଏହି ସୁବିଧା ଦେବାକୁ ଯାଉଛି । କଂପାନି ଏହାର ଅଫିସିଆଲ ବ୍ଲଗ୍ ପୋଷ୍ଟ୍ରେ ଏହି ସୂଚନା ଦେଇଛି। ଏହି ସୁବିଧା ଦ୍ବାରା ବ୍ୟବହାରକାରୀମାନେ ସ୍ପାମ୍ ଇ-ମେଲ୍ଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ ଏବଂ ସେଗୁଡ଼ିକୁ ରୋକିପାରିବେ। ଏହା ଦ୍ବାରା ଜି-ମେଲ୍ ଉପରେ ବ୍ୟବହାରକାରୀଙ୍କ ବିଶ୍ବାସ ବଢ଼ିବ ଓ ସମସ୍ତଙ୍କ ପାଇଁ ଏକ ଉନ୍ନତ ଇ-ମେଲ୍ ବ୍ୟବସ୍ଥା ସୃଷ୍ଟି ହୋଇପାରିବ ବୋଲି ଗୁଗୁଲ୍ କହିଛି। ଏହି ପ୍ରକ୍ରିୟାକୁ ଜି- ମେଲ ୨୦୨୧ରେ ଆରମ୍ଭ କରିଥିବା ବେଳେ ତାର ବହୁ ପୂର୍ବରୁ ତାର ପରୀକ୍ଷଣ କରାଯାଇଥିଲା ଯାହାକୁ କମ୍ପାନି ବୁଧବାର ଠାରୁ ଆରମ୍ଭ କରିଚି ।

 

Related posts

ସୁପ୍ରିମକୋର୍ଟରେ ବନ୍ଦହେଲା ବାବ୍ରି ମାମଲା

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews

ବଢୁଛି ଦିଲ୍ଲୀରେ ପ୍ରଦୂଷଣ ହାର

mahabharatanews