ଭାରତ

ଦୁର୍ଘଟଣାର ଶିକାର ହେଲେ ମମତା ବାନାର୍ଜୀ

(କୋଲକତା) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ସଦସ୍ୟ ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ‌ହୋଇଛନ୍ତି। ଯେଉଁ କାରଣରୁ ସେ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ମମତା ବନାର୍ଜୀ ଏକ ଜରୁରୀ କାମରେ ବାର୍ଦ୍ଧମାନରୁ କାର ଯୋଗେ କୋଲକାତା ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ସାମ୍ନାକୁ ଆଉ ଏକ ଗାଡ଼ି ଚାଲି ଆସିଥିଲା। ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଅନ୍ୟ ଗାଡ଼ି ସହିତ ତାଙ୍କ ଗାଡ଼ିକୁ ଧକ୍କା ହେବାକୁ ନଦେବା ପାଇଁ ଆକସ୍ମିକ ‌ବ୍ରେକ ମାରିଥିଲେ।  ହଠାତ ବ୍ରେକ ମାରିବାରୁ  ସୃଷ୍ଟି ହୋଇଥିବା  ଝଟକା ହେତୁ ଚାଳକ ଓ ମମତାଙ୍କୁ  ସାମାନ୍ୟ ଆଘାତ ଲାଗିଥିଲା। ଗତବର୍ଷ ବି ମମତା ବାନାର୍ଜୀ ଏକ ଦୁର୍ଘଟଣାର ଶିକ‌ାର ହୋଇଥିଲେ। ମମତା  ଜଲପାଇଗୁଡ଼ିରେ ଏକ ନିର୍ବାଚନ ରାଲିରେ ପହଞ୍ଚିଥିଲେ।

Related posts

ସୁନିତା କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ 

mahabharatanews

ତାମିଲନାଡ଼ୁରେ ଟଳିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା, ବର୍ତିଲେ ଯାତ୍ରୀ

mahabharatanews

ନିହତ ୩ ଆତଙ୍କବାଦୀ: ଲସ୍କର ସହ ଥିଲେ ସମ୍ପୃକ୍ତ

mahabharatanews