ମନୋରଞ୍ଜନ

ଶ୍ରେଷ୍ଠ ଏସୀୟ ସେଲିବ୍ରିଟି; ଶୀର୍ଷ ସ୍ଥାନରେ ଶାହରୁଖ

(ମୁମ୍ବାଇ) : ଶ୍ରେଷ୍ଠ ଏସୀୟ ସେଲିବ୍ରିଟିମାନଙ୍କର ଏକ ପଚାଶ ଜଣିଆ ତାଲିକା ପ୍ରକାଶ ପାଇଛି। ୟୁନାଇଟେଡ୍‌ କିଙ୍ଗଡମ୍‌ର ସାପ୍ତାହିକ ମନୋରଞ୍ଜନ ପତ୍ରିକା ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ଏହି ତାଲିକାରେ ଅଭିନେତା ଶାହରୁଖ ଖାଁ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଶାହରୁଖଙ୍କ ଅଭିନୀତ ପରବର୍ତ୍ତୀ ହିନ୍ଦୀ ସିନେମା ‘ଡଂକି’ ଚଳିତ ମାସରେ ମୁକ୍ତିଲାଭ କରିବାର ଅଛି।

ସୂଚନାନୁଯାୟୀ , ଇତିହାସ ସୃଷ୍ଟି କରୁଥିବା ଏହି ସୁପରଷ୍ଟାର ନିଜର ଉଜ୍ଜ୍ବଳତାରେ ସମସ୍ତଙ୍କୁ ବିମୋହିତ କରି ବଲିଉଡ୍‌ ସିନେମା କ’ଣ ହୋଇପାରେ, ତାହା ବିଶ୍ବସ୍ତରୀୟ ଦର୍ଶକଙ୍କୁ ମନେ ପକାଇ ଦେଇଛନ୍ତି। ଉକ୍ତ ତାଲିକାର ତାଙ୍କ ପଛକୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ରହିଛନ୍ତି। ବଲିଉଡ୍‌ରେ ଆଲିଆଙ୍କର ପ୍ରଦର୍ଶନ ସମେତ ତାଙ୍କର ପ୍ରଥମ ହଲିଉଡ୍‌ ସିନେମା ‘ହାର୍ଟ ଅଫ୍‌ ଦି ଷ୍ଟୋନ୍‌’ରେ ତାଙ୍କ ଅଭିନୟ ଚିତ୍ତାକର୍ଷକ ହୋଇପାରିଛି।

Related posts

ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ କଙ୍ଗନା ରଣାୱତ୍ ଓ ସାଉଥର ବିଜୟ ସେତୁପତି

mahabharatanews

ଆସିଲା ଅରୁଣ ଗୋଭିଲଙ୍କୁ ନିମନ୍ତ୍ରଣ 

mahabharatanews

ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍,ବଢିଲା ସୁରକ୍ଷା ବ୍ୟବସ୍ଥା

mahabharatanews