ଯାନ୍ତ୍ରିକ ଓ ବୈଷୟିକ କଲେଜ । କର୍ମଚାରୀ ଓ କଲେଜ ର ପରିଚାଳନା କମିଟି ର ସମନ୍ବୟ ଅଭାବରୁ କଲେଜ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ରେ ମୁହଁ ଖୋଲିଛନ୍ତି କର୍ମଚାରୀ ଓ ନାଗରିକ ମଞ୍ଚ। କଲେଜ କର୍ତ୍ତୃପକ୍ଷ ଓ ଅଧ୍ୟକ୍ଷ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ କର୍ମଚାରୀମାନେ ଦୀର୍ଘ ୧୭ମାସ ଧରି ଦରମା ନ ପାଇ ଅନେକ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହୋଇଛି। ଅନ୍ୟ ପଟେ କଲେଜ ର ପୂର୍ବ ପରିଚାଳନା କମିଟି କୁ କୋର୍ଟ ଅଗ୍ରାହ୍ୟ କରି ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଲୁ ନ ଥିବା ସାମ୍ବାଦିକ ସମ୍ମିଳନୀ କହିଛନ୍ତ କର୍ମଚାରୀ।ଏନେଇ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ। ପ୍ରତେକ ମାସ ୭ତାରିଖ କର୍ମଚାରୀଙ୍କୁ ଦରମା ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦେଶ ଥିବାବେଳେ, ଆଦେଶ କୁ ଅବମାନନା କରି ଦୀର୍ଘ ୧୭ମାସ ଧରି ଦରମା ଦେଉ ନ ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ।ତେବେ ଆଗାମୀ ଦିନରେ କଲେଜକୁ ଏକ ସ୍ବତନ୍ତ୍ର ପରିଚାଳନା କମିଟି ସୂ ପରିଚାଳନା କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି କଲେଜ ର କର୍ମଚାରୀ ଓ ନାଗରିକ ମଞ୍ଚ ।
