ଓଡିଶା

ମାଲକାନଗିରିରେ ବନ୍ଦ ପାଳନ 

(ମାଲକାନଗିରି) : ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୋଧକୁ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ସେମାବାର ଭାରତ ବନ୍ଦ ପାଳନ କରାଯାଇଛି। ଜିଲ୍ଲାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡିଥିଲା। ଏଥିସହ ସୀମାନ୍ତରେ ବହୁ ମାଲବାହୀ ଗାଡିଗୁଡିକ ଅଟକି ରହିଥିବା ବେଳେ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ରହିଥିଲା।  ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନାନୁଷ୍ଠାନ କମିଟି ପକ୍ଷରୁ ମାଲକାନଗିରି ସହର ସହ ବିଭିନ୍ନ ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

ସୂଚନାନୁଯାୟୀ , ମାଲକାନଗିରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ହୋଇଥିଲା। ଛାତ୍ରଛାତ୍ରୀମାନେ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଇନପାରି ଘରକୁ ଫେରିଯାଇଥିଲେ। ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ଓ ସୀମାଗୋଡି ଗ୍ରାମ ଛକରେ ଏବଂ ସହରର ବସଷ୍ଟାଣ୍ଡ, ଡିଏନକେ, କୋର୍ଟ ଛକ ଓ ମେଡିକାଲ ଛକ ଠାରେ ଆନ୍ଦୋଳନକାରୀମାନେ ଗାଡିକୁ ଅଟକାଉଥିଲେ। କେବଳ ଯେ ସହର ନୁହେଁ ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

Related posts

ମଜୁରୀ ସମୟରେ ଦେବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ 

mahabharatanews

ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

mahabharatanews

ଏଣିକି ଏୟାର କୁଲିଙ୍ଗ ହେଲମେଟ ପିନ୍ଧିବେ ଟ୍ରାଫିକ ପୋଲିସ

mahabharatanews