ଓଡିଶା

ଏଣିକି ଏୟାର କୁଲିଙ୍ଗ ହେଲମେଟ ପିନ୍ଧିବେ ଟ୍ରାଫିକ ପୋଲିସ

(ଭୁବନେଶ୍ୱର) : ଏଣିକି ଏୟାର କୁଲିଙ୍ଗ ହେଲମେଟ ପିନ୍ଧିବେ ଟ୍ରାଫିକ ପୋଲିସ । ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି।

ସୂଚନାନୁଯାୟୀ ,  କମିଶନରେଟ ପୁଲିସ ପକ୍ଷରୁ ଏୟାର କୁଲିଙ୍ଗ ହେଲମେଟ ବ୍ୟବସ୍ଥା କରାଯାଇଛି। ଯାହା ଗରମ ଉତ୍ତାପରୁ ଟିକିଏ ଆରାମ ପ୍ରଦାନ କରିବ। ଆଜି ଏହି ହେଲମେଟ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୁଲିସ । ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ହେଲମେଟଗୁଡିକ ବ୍ୟାଟେରୀରେ ଚାଳିତ। ସେଥ‌ିପାଇଁ ବ୍ୟାଟେରୀ ବ୍ୟବସ୍ଥା କରାଯାଇ ଡିଜାଇନ୍ କରାଯାଇଛି।

Related posts

ମାଓବାଦୀ ପରିଚୟ ଦେଇ ଯୁବକଙ୍କୁ ଗୁଳିମାଡ

mahabharatanews

ଆସନ୍ତାକାଲି ଘନ କୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ଜୟପାଟଣା ଚାଲିଛି ୫୬ ପ୍ରହର ଅଖଣ୍ଡ ନାମଯଜ୍ଞ

mahabharatanews