ଭାରତ

ସରିଲା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

(ମୁମ୍ବାଇ) : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଆଜି ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି। ଯାତ୍ରାର ଉଦ୍‌ଯାପନୀ ସମାରୋହରେ ଆଜି ବହୁ ସଂଖ୍ୟାରେ ଇଣ୍ଡି ମେଣ୍ଟ ନେତାଙ୍କ ସମାଗମ ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ , ଲୋକସଭା ନିର୍ବାଚନ-୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାର ଦିନକ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି ଯେ ତାଙ୍କ ଏବଂ ସମଗ୍ର ବିରୋଧୀ ଦଳ ଏବେ ‘ଶକ୍ତି’ ବିରୋଧରେ ଲଢୁଛନ୍ତି। ସମାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ହିନ୍ଦୁ ଧର୍ମରେ ଶକ୍ତି ଶବ୍ଦ ରହିଛି। ଆମେ ଏକ ଶକ୍ତି ବିରୋଧରେ ଲଢ଼ୁଛୁ। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ଲଢ଼ିବା ଆପଣମାନଙ୍କ ଦାୟିତ୍ବ। ମୁଁ ଦେଶ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଘୃଣା ବ୍ୟାପିବାକୁ ଦିଅନ୍ତୁ ନାହିଁ, ଘୃଣାର ବଜାରରେ ପ୍ରେମର ଦୋକାଲ ଖୋଲନ୍ତୁ ବୋଲି ରାହୁଲ କହିଛନ୍ତି।

Related posts

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

mahabharatanews

ଭାରତରେ କୋଭିଡର ନୂଆ ଭାରିଆଣ୍ଟ ୩୨୪ ଜଣ ଚିହ୍ନଟ ସଂକ୍ରମିତ  

mahabharatanews

ଜାପାନରେ ଭୂମିକମ୍ପ ଅନୁଭୂତ 

mahabharatanews